ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଗାଙ୍ଗପୁର ଥାନା କୁଲାଙ୍ଗୀ ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ପିକଅପ୍ ଭ୍ୟାନ୍ । ଫଳରେ ୨ ଜଣଙ୍କର ମୃତ୍ୟୁ ହେବା ସହିତ ୧୦ରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ସୋରଡ଼ା ଥାନା ବାଘଲିଙ୍ଗି ଗାଁରୁ ଏକ ପିକଅପ୍ ଭ୍ୟାନ୍ ରେ ପ୍ରାୟ ୧୫ରୁ ଅଧିକ ଯାତ୍ରୀ ବଡ଼ବୋରସିଙ୍ଗି ଗାଁକୁ ଭୋଜି ଖାଇବା ପାଇଁ ଯାଉଥିଲେ । ଏହି ସମୟରେ ଚକା ଫାଟି ଯିବାରୁ ପିକଅପ୍ ଭ୍ୟାନ୍ ରାସ୍ତା କଡ଼କୁ ଓଲଟି ପଡିଥିଲା। ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ତୁରନ୍ତ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ମୃତକ ୨ ଜଣ ଚନ୍ଦ୍ରମା ଗୌଡ଼ ଓ ବାଦଲ ଗୌଡ଼ ବୋଲି ପରିଚୟ ମିଳିଛି । ଏନେଇ ସ୍ଥାନୀୟ ଲୋକେ ଗାଙ୍ଗପୁର ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି କରିଛି ।