ଆସନ୍ତାକାଲି ରଥଉପରେ ଶ୍ରୀଜୀଉଙ୍କର ଅନୁଷ୍ଠିତ ହେବ ସୁନାବେଶ । ପୁରୀ ପୋଲିସ ପକ୍ଷରୁ କ୍ରାଉଡ୍ ମୋବିଲିଟି ଯୋଜନା ପ୍ରସ୍ତୁତ ହୋଇସାରିଛି ।ଏନେଇ ପୁରୀ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ସୁନାବେଶ ପାଇଁ ୧୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ମାର୍କେଟ ଛକ ଠାରୁ ବ୍ୟାରିକେଡ୍ ମାଧ୍ୟମରେ ଭକ୍ତମାନଙ୍କ ପାଇଁ ଗୋଟିଏ ପଥରେ ପ୍ରବେଶ ବ୍ୟବସ୍ଥା କରାଯାଇଛି ଭକ୍ତମାନେ ମାର୍କେଟ ଛକରେ ବ୍ୟାରିକେଡ୍ ରେ ପ୍ରବେଶ କରିବେ ଏବଂ ଗୋଇଙ୍କା ଧର୍ମସଲା, ମାର୍ଚିକୋଟ ଏବଂ ରାଧାବଲ୍ଲଭ ମଠ ସମ୍ମୁଖରେ ସିଂହ ଦ୍ୱାର ଆଡକୁ ଯିବେ।
ସମସ୍ତ ଭକ୍ତ ନନ୍ଦିଘୋଷ ରଥ ପାର୍ଶ୍ୱରେ ଡାହାଣ ପଟେ ଯାଇ ସମସ୍ତ ତିନି ରଥ ଆଗରେ ଯିବେ ଏବଂ ଶ୍ରୀଜୀଉମାନଙ୍କର ଦର୍ଶନ କରିବେ । ଅରୁଣସ୍ତମ୍ଭ ଦେଇ ଗ୍ରାଣ୍ଡ ରୋଡର ପଶ୍ଚିମ ପାର୍ଶ୍ୱ ଦେଇ ମାର୍କେଟ ଛକ ଦେଇ ପ୍ରସ୍ଥାନ କରିବେ।ଦୋଳମଣ୍ଡପ ସାହି ,ଜହ୍ନି ମୁଣ୍ଡିଆ ଛକ,ଦୋଳବେଦୀ କୋଣ ଆଦି ସ୍ଥାନରେ ପ୍ରେସର ପଏଣ୍ଟ ଚିହ୍ନଟ କରାଯାଇଛି ।ସେଇ ସବୁ ସ୍ଥାନରୁ ଗହଳିର ସ୍ଥିତିକୁ ଦେଖି ନିୟନ୍ତ୍ରିତ କରି ଭକ୍ତଙ୍କୁ ଛଡାଯିବ।ଯେତେ କମ ସଂଖ୍ୟକ ମୋବାଇଲ୍ ବ୍ୟବହାର କରାଯାଇପାରିବ ,ସେନେଇ ଭକ୍ତଙ୍କୁ ନିବେଦନ କରିଛନ୍ତି ପୁରୀ ଏସପି ।
ଅନ୍ୟପଟରେ ପୁରୀ ପୋଲିସ ପକ୍ଷରୁ ୨୪ଘଣ୍ଟିଆ ହେଲ୍ପ ଲାଇନ ଜାରି କରାଯାଇଛି । ୧୧୨,୬୩୭୦୯୬୭୧୦୦,୬୩୭୦୯୭୨୧୦୦ ଏହି ଦୁଇଟି ନମ୍ବରରେ କଲ୍ କରି ଶ୍ରଦ୍ଧାଳୁ ମାନେ ପୋଲିସର ଜରୁରୀକାଳୀନ ପରିସ୍ଥିତିରେ ସାହାଯ୍ୟ ନେଇପାରିବେ ।