ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଭିଣୋଇର ବନ୍ଧୁକ ଗୁଳିରେ ଶଳାର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ନାଁ ହେଉଛି କୈଳାସ ନାୟକ।
ସୂଚନା ଅନୁସାରେ, ଶନିବାର ରାତିରେ ଭିଣୋଇ ଉଦୟ ନାୟକ ଓ ଶଳା କୈଳାସ ନାୟକ ଶିକାର କରିବା ପାଇଁ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ଭିଣୋଇ ଗୁଳି ଫୁଟେଇବାବେଳେ ଶଳା ଶରୀରରେ ଗୁଳି ବାଜିଥିଲା । ଫଳରେ ଶଳା କୈଳାସ ନାୟକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକ ଏହି ଖବର ପାଇ, ଜଙ୍ଗଲରୁ କୈଳାସ ନାୟକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ମୋହନା ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ବନ୍ଧୁକକୁ ଜବତ କରିଥିବା ସୂଚନା ମିଳିଛି ।ଏହି ଘଟଣା ଅଜାଣତରେ ଘଟିଛି ନା ଜାଣିଶୁଣି କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।