ଭୁବନେଶ୍ୱର: ଦୀର୍ଘ ସାତ ପରେ ଫେରିଛି ହକି ଇଣ୍ଡିଆ ଲିଗ୍ । ଏଥିରେ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଓଡ଼ିଶାର ଦୁଇଟି ଦଳ ରହିଛି । ସବୁବେଳେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିଆସୁଥିବା ବେଦାନ୍ତ ଲିମିଟେଡ଼୍ କମ୍ପାନୀ ଓଡ଼ିଶାର ପୁରୁଷ ହକି ଟିମ୍ ‘କଳିଙ୍କ ଲ୍ୟାନ୍ସରସ୍’ ର ଫ୍ରାଞ୍ଚାଇଜ୍ ଦାୟିତ୍ୱ ଗ୍ରହଣ କରିଛି । ଏଚଆଇଏଲ୍ ଲିଗରେ ଦଳ ପାଇଁ ଭିତ୍ତିଭୂମି ପ୍ରତିଷ୍ଠା କରିବା, ସୁଦୃଢ଼ କରିବା ଏବଂ ଦଳକୁ ବିଜୟ ଲକ୍ଷ୍ୟରେ ନେବା କମ୍ପାନୀର ଲକ୍ଷ୍ୟ ରହିଛି ।
ବେଦାନ୍ତ କମ୍ପାନୀର ନନ୍-ଏକ୍ଜିକ୍ୟୁଟିଭ ଡିରେକ୍ଟର ତଥା ହିନ୍ଦୁସ୍ଥାନ ଜିଙ୍କ୍ ର ଅଧ୍ୟକ୍ଷ ପ୍ରିୟା ଅଗ୍ରୱାଲ କହିଛନ୍ତି ଯେ ଭାରତକୁ ଏକ ଖେଳ ଦୁନିଆର ସବୁଠାରୁ ଶକ୍ତିଶାଳୀ କରିବାକୁ ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ନିକଟ ଅଲମ୍ପିକରେ ଯେଉଁ ବିଜୟଲାଭ କରିଛି, ହକି ହେଉଛି ଭାରତୀୟ ଖେଳର ସଫଳତାର ସ୍ତମ୍ବ । ସେହିପରି ଶ୍ରମତୀ ହବର୍ କହିଛନ୍ତି ଯେ ସେ କେବଳ କଳିଙ୍ଗ ଲ୍ୟାନ୍ସର୍ସ୍ ଟିମ୍ ନୁହେଁ ବରଂ ଆମେ ଭାରତୀୟ ହକିର ଭବିଷ୍ୟତ ପାଇଁ ଅର୍ଥ ବିନିଯୋଗ କରୁଛୁ । ଉନ୍ନତ ଭିତ୍ତିଭୂମି, ତୃଣମୂଳ ସ୍ତରରେ ପ୍ରତିଭା ମାନଙ୍କୁ ଖୋଜିବା ଏବଂ ତାଲିମ ମାଧ୍ୟମରେ ଆମେ ଏକ ନୂତନ ପୀଢ଼ି ଖେଳାଳୀମାନଙ୍କୁ ପ୍ରତିପାଦିତ କରିବାକୁ ଲକ୍ଷ୍ୟ ରଖିଛୁ, ଯେଉଁମାନେ ଗର୍ବର ସହିତ ବିଶ୍ୱ ଦରବାରରେ ଭାରତକୁ ପ୍ରତିନିଧିତ୍ୱ କରି ପାରିବେ ।
ପୂର୍ବରୁ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ଇନଫ୍ରାଷ୍ଟ୍ରକ୍ଚର୍ ଡେଭଲପମେଣ୍ଟ (ଇଡକୋ) ଏବଂ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ଼୍ (ଏମସିଏଲ) କଳିଙ୍ଗ ଲ୍ୟାନ୍ସର୍ସ୍ ର ଫ୍ରାଞ୍ଚାଇଜ୍ ଦ୍ୱାୟିତ୍ୱ ନେଇଥିବାବେଳେ ଚଳିତ ବର୍ଷ ବେଦାନ୍ତ ଏହାକୁ ହାତକୁ ନେଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୨୪-୨୫ ହକି ଇଣ୍ଡିଆ ଲିଗ ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହେବ । ଓଡ଼ିଶାର ରାଉରକେଲାରେ ପୁରୁଷ ଓ ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯିବ ମହିଳା ଲିଗର ସବୁ ମ୍ୟାଚ୍ । ସମସ୍ତ ଟିମ ଓଡ଼ିଶାରେ ହିଁ ରହିବେ ବୋଲି ସ୍ଥିର ହୋଇଛି । ଡିସେମ୍ବର ୨୮ରେ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଲିଗ୍ ଉଦଘାଟନ ହେବ । ପୁରୁଷ ବର୍ଗରେ ୮ଟି ଦଳ ଏବଂ ମହିଳା ବର୍ଗରେ ୬ଟି ଦଳ ଅଂଶ ଗ୍ରହଣ କରିବେ । ଆଉ ଫେବ୍ରୁଆରୀ ୧ ତାରିଖରେ ଏଠାରେ ପୁରୁଷ ଟିମର ଫାଇନାଲ ଖେଳାଯିବ । ସେହିପରି ମହିଳା ଲିଗର ଫାଇନାଲ ଜାନୁଆରୀ ୨୬ ତାରିଖରେ ରାଞ୍ଚିରେ ଖେଳାଯିବ।