ଖବର ଓଡିଶା : 05/05/2023:
ଆଜି ଚଳିତ ଆଇପିଏଲର ୪୮ ତମ ମ୍ୟାଚରେ ସାମ୍ନାସାମ୍ନି ହେଲେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ । ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ସନ୍ଧ୍ୟା ୭ଟା୩୦ରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ । ଏହି ଦୁଇ ଦଳ ଏପର୍ଯ୍ୟନ୍ତ ଆଇପିଏଲରେ ୪ ଥର ମୁହାଁମୁହିଁ ହୋଇଛନ୍ତି । ଚଳିତ ଆଇପିଏଲରେ ଗୁଜୁରାଟ ଟାଇଟାନ୍ସ ନିଜର ଭଲ ପ୍ରଦର୍ଶନ ଜାରି ରହିଛି। ସେହିପରି ରାଜସ୍ଥାନ ରୟାଲ୍ସ ଟିମ୍ରେ ବହୁ ପ୍ରତିଭାବାନ ଖେଳାଳି ଥାଇକି ମଧ୍ୟ ଟିମ୍କୁ ପରାଜୟର ସାମ୍ନା କରିବାକୁ ପଡୁଛି । ପୂର୍ବ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୩ ଉଇକେଟ ରେ ହାରିଥିଲା ତେଣୁ ଆଜି ହେବାକୁ ଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିରୋଧରେ ଦମଦାର ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ତେବେ ଏହି ମୁକାବିଲା ରାଜସ୍ଥାନର ବ୍ୟାଟର ଏବଂ ଗୁଜରାଟର ବୋଲର ମଧ୍ୟରେ ହେବ ।
ଉଭୟ ଦଳ ଏ ପର୍ଯ୍ୟନ୍ତ ୯-୯ ମ୍ୟାଚ ଖେଳିଛନ୍ତି। ଏଥିରେ ଗୁଜୁରାଟର ୬ଟି ବିଜୟ ହାସଲ କରିଥିବା ବେଳେ ରାଜସ୍ଥାନ ୫ଟି ମ୍ୟାଚରେ ଜିତିଛି। ଗୁଜୁରାଟ ବର୍ତ୍ତମାନ ୧୨ ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ଏକ ନମ୍ବରରେ ରହିଥିବା ବେଳେ ରାଜସ୍ଥାନରେ ୧୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ।