ମୁମ୍ବାଇ: ଆଗାମୀ ଏପ୍ରିଲ ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକିଆ ମହିଳା ଟ୍ରାଇ ସିରିଜ୍ ପାଇଁ ଭାରତୀୟ ମହିଳା ଦଳର ଚୂଡ଼ାନ୍ତ ଏକାଦଶ ପ୍ରକାଶ ପାଇଛି । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଦଳ ପଡ଼ିଆକୁ ଓହ୍ଲାଇବାକୁ ଥିବାବେଳେ ଚଳିତ ଥର ନୂତନ ଚେହେରାଙ୍କୁ ସୁଯୋଗ ଦିଆଯାଇଛି ।
ଅନୁଷ୍ଠିତ ହେବାକୁ ଥିବା ଟ୍ରାଇ-ସିରିଜରେ ଭାରତ, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବା । ଶ୍ରୀଲଙ୍କାରେ ଏହି ସିରିଜ୍ ଖେଳାଯିବ । ଏଥିପାଇଁ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି । ହରମନପ୍ରୀତ କୌରଙ୍କୁ ପୁଣି ଥରେ ଭାରତୀୟ ମହିଳା ଦଳର ଅଧିନାୟକ କରାଯାଇଛି, ଯେତେବେଳେ ସ୍ମୃତି ମନ୍ଧାନାଙ୍କୁ ତାଙ୍କ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଦଳରେ ଯୁବ ଖେଳାଳିମାନଙ୍କୁ ସୁଯୋଗ ମିଳିଛି । ତିନି ଖେଳାଳି, କାଶ୍ୱୀ ଗୌତମ, ଶ୍ରୀ ଚରଣୀ ଏବଂ ଶୁଚି ଉପାଧ୍ୟାୟ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । କିନ୍ତୁ ଶେଫାଳୀ ବର୍ମା ଦଳକୁ ଫେରି ପାରି ନାହାଁନ୍ତି । ଗତ ଡବ୍ଲ୍ୟୁପିଏଲରେ ଭଲ ପ୍ରଦର୍ଶନ କରିଥିବା ସତ୍ତ୍ୱେ ଦଳ ତାଙ୍କ ଉପରେ ଭରସା କରି ପାରି ନାହିଁ ଯ ଅନ୍ୟପକ୍ଷରେ ଚୟନ କମିଟି ରେଣୁକା ସିଂହ ଠାକୁର ଏବଂ ତିତାସ ସାଧୁଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି । କିନ୍ତୁ ଉଭୟ ଖେଳାଳି ଏବେବି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାଁନ୍ତି ।
ଚୂଡ଼ାନ୍ତ ଏକାଦଶ:-
ହରମାନପ୍ରୀତ କୌର (ଅଧିନାୟକ), ସ୍ମୃତି ମଣ୍ଡନା (ଉପ-ଅଧିନାୟକ), ପ୍ରତୀକା ରାୱଲ, ହାରଲିନ ଦେଓଲ, ଜେମିମା ରୋଡ୍ରିଗ୍ସ୍, ରିଚା ଘୋଷ (ୱିକେଟ୍ କିପର୍), ଯସ୍ତିକା ଭାଟିଆ (ୱିକେଟ୍ କିପର୍), ଦୀପ୍ତି ଶର୍ମା, ଅମାନଜୋତ କୌର, କାଶ୍ୱୀ ଗୌତମ, ସ୍ନେହ ରାଣା, ଅରୁନ୍ଧତୀ ରେଡ୍ଡୀ, ତେଜଲ ହସବ୍ରିସ୍, ଶ୍ରୀ ଚରଣୀ ଏବଂ ସୂଚୀ ଉପାଧ୍ୟାୟ ।
ଜାଣନ୍ତୁ ଟିମ୍ ଇଣ୍ଡିଆର୍ କାର୍ଯ୍ୟସୂଚୀ
• ଏପ୍ରିଲ ୨୭- ଭାରତ ବନାମ ଶ୍ରୀଲଙ୍କା- କଲମ୍ବୋ
• ଏପ୍ରିଲ ୨୯- ଭାରତ ବନାମ ଦକ୍ଷିଣ ଆଫ୍ରିକା- କଲମ୍ବୋ
• ମେ ୪- ଭାରତ ବନାମ ଶ୍ରୀଲଙ୍କା- କଲମ୍ବୋ
• ମେ ୭- ଭାରତ ବନାମ ଦକ୍ଷିଣ ଆଫ୍ରିକା- କଲମ୍ବୋ
• ମେ ୧୧- ଫାଇନାଲ୍- କଲମ୍ବୋ