ଖବର ଓଡ଼ିଶା: ପ୍ୟାରିସ ଅଲମ୍ପିକ୍ସରେ ଶୁଟିଂରେ ଭାରତୀୟ ଖେଳାଳୀ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଚଳିତ ଅଲିମ୍ପକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ଭାରତୀୟ ଶୁଟର୍ ସ୍ୱପ୍ନିଲ କୁସାଲେ ଦେଶକୁ ବ୍ରୋଞ୍ଜ ପଦକ ଦେଇଛନ୍ତି । ଭାରତର ତାରକା ଶୁଟର୍ ସ୍ୱପ୍ନିଲ କୁସାଲେ ୫୦ ମିଟର ରାଇଫଲରେ ୪୫୧.୪ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି । ଫଳରେ ପଦକ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି ।
ସ୍ୱପ୍ନିଲ କୁସାଲେ ଇନିଂସର ଆରମ୍ଭରୁ ମନ୍ଥର ଗତିରେ ଚାଲିଥିଲେ । ପରେ କିନ୍ତୁ ଭଲ ପ୍ରଦର୍ଶନ କରି ତୃତୀୟ ସ୍ଥାନରେ ରହିଥିଲେ । ଗୋଟେ ଚାଷୀ ପରିବାରରୁ ଆସିଥିବା ସ୍ୱପ୍ନିଲ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ନିଜର ଆଦର୍ଶ ମାନନ୍ତି । ଏହି ଇଭେଣ୍ଟରେ ଚୀନ୍ର ଲିୟୁ ୟୁକୁନ୍ ସ୍ୱର୍ଣ୍ଣ ଜିତିଥିବା ବେଳେ ରୌପ୍ୟ ପଦକ ୟୁକ୍ରେନର କୁଲିସ୍ ସେରିଙ୍କ ନିକଟକୁ ଯାଇଥିଲା ।
ଏହା ପୂର୍ବରୁ ମନୁ ଭାକର ୧୦ ମିଟର ଏୟାର ରାଇଫଲରେ ବ୍ରୋଞ୍ଜ ଜିତିଥିଲେ । ପରେ ଦଳଗତ ଇଭେଣ୍ଟରେ ସରବଜୋତ ସିଂଙ୍କ ସହ ମିଶି ଆଉ ଏକ ବ୍ରୋଞ୍ଜ ପଦକ ଦେଇ ନୂତନ ଇତିହାସ ରଚିଥିଲେ ।