ଭାରତ-ବାଂଲା ଦ୍ୱିତୀୟ ଟି୨୦: ଭାରତକୁ ୧୫୪ ରନର ଟାର୍ଗେଟ୍‌
Khabar Odisha:sports-odisha-rajkot-second-test-india-bangladesh-india-need-154-run-to-win
ରାଜକୋଟ, ନଭେମ୍ବର ୦୭(ଖବର ଓଡିଶା):

ଭାରତ ଓ ବାଂଲାଦେଶ ମଧ୍ୟରେ ରାଜକୋଟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚରେ ବାଂଲାଦେଶ ନିର୍ଧାରିତ ୨୦ ଓଭରରେ ୧୫୩ ରନ କରିଛି । ଏହାସହ ଭାରତକୁ ୧୫୪ ରନର ଟାର୍ଗେଟ୍ ଦେଇଛି । ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ଭାରତ ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ ପ୍ରୟାସ କରିବ । 

ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ମହମ୍ମଦ ନାଏମଙ୍କ ୩୬ ରନ ବଳରେ ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୩ ରନ କରିଥିଲା । ଦଳ ପକ୍ଷରୁ ଲିଟନ ଦାସ ୨୯, ସୌମ୍ୟ ସରକାର ୩୦  ରନ କରିଥିବା ବେଳେ ଓ ମହମ୍ମଦଉଲାହ ରନ କରିଥିଲେ । 

ସେହିପରି ଭାରତୀୟ ବୋଲର ୟୁଜବେନ୍ଦ୍ର ଚହଲ ୪ ଓଭରରେ ୨୮  ରନ ଦେଇ ସର୍ବାଧିକ ୨ ୱିକେଟ୍ ନେଇଥିବା ବେଳେ ୱାସିଂଟନ ସୁନ୍ଦର , ଖଲିଲ ଅହମ୍ମଦ ଓ ଦୀପକ ଚହର ଲେଖାଏ ୱିକେଟ୍ ନେଇଛନ୍ତି ।

  • Tags:

Subscribe

National International State Sports Entertainment