ବଢ଼ିଲା ରୋହିତଙ୍କ ବ୍ରାଣ୍ଡ ଭେଲ୍ୟୁ, ଗୋଟିଏ ଦିନରେ ନେଉଛନ୍ତି ଏତିକି ଟଙ୍କା
Khabar Odisha:sports--cricket--odisha-with-20-plus-brands-rohit-sharma-is-new-blue-eyed-boy-for-corporates
ନୂଆଦିଲ୍ଲୀ, ନଭେମ୍ବର୨୯(ଖବର ଓଡ଼ିଶା):

 ଦମଦାର ଫର୍ମରେ ଥିବା ସୀମିତ ଓଭର କ୍ରିକେଟର ଉପ ଅଧିନାୟକ ରୋହିତ ଶର୍ମାଙ୍କ ବ୍ରାଣ୍ଡ ଭେଲ୍ୟୁରେ ଜବରଦସ୍ତ ବୃଦ୍ଧି ଘଟିଛି। ଚଳିତ ବର୍ଷ  ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ଵକପରେ ହିଟ୍ ମ୍ୟାନ ରେକର୍ଡ ୫ ଶତକ ମାରିଥିଲେ, ଏହା ପରେ ସେ ଟେଷ୍ଟ ଓପନିଂ କରି ୩ ଶତକ ମାରି ନିଜ ନାମରେ ଅନେକ ରେକର୍ଡ଼ କରିଛନ୍ତି। 

୩୨ ବର୍ଷୀୟ ରୋହିତଙ୍କ ମ୍ୟାନେଜମେଣ୍ଟ ଟିମଙ୍କ ସୂତ୍ର ଅନୁଯାୟୀ ବର୍ତ୍ତମାନ ବ୍ରାଣ୍ଡ ରୋହିତ ଖୁବ୍ ଚମକୁଛନ୍ତି। ସଂପ୍ରତି ସେ ୨୦ରୁ ଅଧିକ କମ୍ପାନୀର ବିଜ୍ଞାପନ କରୁଛନ୍ତି। ଅନୁମାନ କରାଯାଉଛି ଯେ, କେବଳ ବିଜ୍ଞାପନରୁ ତାଙ୍କର ବାର୍ଷିକ ଆୟ ପ୍ରାୟ ୭୫ କୋଟି  ଟଙ୍କା ରହିଛି। କମର୍ସିଆଲ ସୁଟ୍ ପାଇଁ ରୋହିତ ଶର୍ମା ବର୍ତ୍ତମାନ ଦିନକୁ ଏକ କୋଟି ଟଙ୍କା ନେଉଛନ୍ତି। 

ବିଜ୍ଞାପନରୁ ହେଉଥିବା ଆୟ ବିଷୟରେ ଏ ଯାଏ କୌଣସି ଆନୁଷ୍ଠାନିକ ସୂଚନା ସାମ୍ନାକୁ ଆସିନାହିଁ। ଉଲ୍ଲେଖଯୋଗ୍ୟ, ସଂପ୍ରତି ବିଜ୍ଞାପନରୁ ଆୟ ମାମଲାରେ ଅଧିନାୟକ ବିରାଟ କୋହଲି ପ୍ରଥମରେ ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦ୍ଵିତୀୟରେ ଅଛନ୍ତି। ତୃତୀୟରେ ଅଛନ୍ତି ରୋହିତ ଶର୍ମା। 

ରୋହିତଙ୍କ ସହିତ କାମ କରୁଥିବା ଜଣେ କର୍ପୋରେଟ୍ ବ୍ରାଣ୍ଡର ସଦସ୍ୟଙ୍କ କହିବା କଥା ଦିନିକିଆ ବିଶ୍ଵ କପରେ ୫ ଶତକ ହାସଲ କରିବାରେ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ ହେବା ପରେ ରୋହିତଙ୍କ ବ୍ରାଣ୍ଡ ଭେଲ୍ୟୁରେ ବୃଦ୍ଧି ଘଟିଥିଲା।

Subscribe

National International State Sports Entertainment