ଡେଭିଡ଼ ଓ୍ଵାର୍ଣ୍ଣରଙ୍କ ଭବିଷ୍ୟତବାଣୀ, ବ୍ରାଏନ ଲାରାଙ୍କ ୪୦୦ ରନ ରେକର୍ଡ଼ ରୋହିତ ଶର୍ମା ହିଁ ଭାଙ୍ଗି ପାରିବେ
Khabar Odisha:sports--cricket--odisha-warner-picks-rohit-to-break-lara-400-not-out-test-record-recalls-sehwags-encouragement
ଆଡ଼ିଲେଡ଼, ଡିସେମ୍ବର୦୧(ଖବର ଓଡ଼ିଶା):

 ଅଧିନାୟକ ଟିମ୍ ପେନ ଇନିଂସ ସମାପ୍ତି ଘୋଷଣା କରିବାରୁ ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ ଡେଭିଡ ଓ୍ଵାର୍ଣ୍ଣର ଗତକାଲି ଟେଷ୍ଟ କ୍ରିକେଟରେ ୪୦୦ ରନ କରିବାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ଟିମ୍ ପେନଙ୍କୁ କ୍ରିକେଟ୍ ପ୍ରଶଂସକଙ୍କ ରୋଷର ଶିକାର ହେବାକୁ ପଡ଼ିଛି। ଏହା ମଧ୍ୟର ଏହି ଓପନିଂ ବ୍ୟାଟସମ୍ୟାନ କହିଛନ୍ତି ଯେ, ଟେଷ୍ଟରେ ଓ୍ଵେଷ୍ଟଇଣ୍ଡିଜର ମହାନ ବ୍ୟାଟସମ୍ୟାନ ବ୍ରାଏନ ଲାରାଙ୍କ ୪୦୦ ରନ୍ ବ୍ୟକ୍ତିଗତ ରେକର୍ଡ଼ ଭାଙ୍ଗିବାର କ୍ଷମତା ରୋହିତ ଶର୍ମାଙ୍କ ପାଖରେ ରହିଛି। 

ଓ୍ଵାର୍ଣ୍ଣର ଯେବେ ଲାରାଙ୍କ ରେକର୍ଡ଼ଠୁ ୬୫ ରନ ଦୂରରେ ଥିଲେ, ସେହି ସମୟରେ ଅଧିନାୟକ ଟିମ୍ ପେନ ୩ ଓ୍ଵିକେଟରେ ୫୮୯ ରନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସମାପ୍ତି ଘୋଷଣା କରିଥିଲେ। ଫଳରେ ଓ୍ଵାର୍ଣ୍ଣର ଲାରାଙ୍କ ଏହି ବିଶ୍ଵ ରେକର୍ଡ଼ ଭାଙ୍ଗି ପାରିନଥିଲେ। ମାତ୍ର ଓ୍ଵାର୍ଣ୍ଣରଙ୍କ କହିବା କଥା ୪୦୦ ରନ କରିବା ସମ୍ଭବ ଏବଂ ନିକଟ ଭବିଷ୍ୟତରେ ରୋହିତ ଶର୍ମା ଏହି ଉପଲବ୍ଧି ହାସଲ କରି ପାରନ୍ତି।

ଲାରାଙ୍କ ଅପରାଜିତ ୪୦୦ ରନ ଟେଷ୍ଟରେ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର। ସେ ୨୦୦୪ରେ ଇଂଲଣ୍ଡ ବିପକ୍ଷରେ ଏହି ବିଶ୍ଵ ରେକର୍ଡ଼ କରିଥିଲେ। ଓ୍ଵାର୍ଣ୍ଣର ଫକ୍ସ ସ୍ପୋର୍ଟ୍ସ ସହ ଆଲୋଚନା  ବେଳେ କହିଛନ୍ତି ଯେ, ବ୍ୟକ୍ତିଗତ ଏହା ଖେଳାଳିଙ୍କ ଉପରେ ନିର୍ଭର କରେ। ଏଠାରେ ଆମର ସୀମାରେଖା ବହୁତ ଲମ୍ବା, ତେଣୁ କେବେ କେବେ କିଛି କରିବା ମୁସ୍କିଲ ହୋଇଥାଏ। ଥକାପଣ ଆସିଲେ ବଡ଼ ସଟ୍ ଖେଳିବା ମୁସ୍କିଲ ହୋଇଥାଏ।

ସେ କହିଛନ୍ତି ଯେ, ଶେଷରେ ମୁଁ ଦ୍ରୁତ ଗତିରେ ରନ କରିବାକୁ ୨ ରନ ଦୌଡ଼ିବାକୁ ପ୍ରୟାସ କରିଲି, କାରଣ ମୁଁ ଚିନ୍ତା କରି ପାରୁନଥିଲି ଯେ, ବଲକୁ ବାଉଣ୍ଡରୀ  ପହଞ୍ଚାଇ ପାରିବି। ଯଦି ମୋତେ ପଚରାଯିବ କେଉଁ ଖେଳାଳି ଏହି ରେକର୍ଡ଼ କରି ପାରିବେ ତେବେ ମୁଁ କହିବି ଯେ ଗୋଟିଏ ଦିନ ରୋହିତ ଶର୍ମା ଏମିତି ନିଶ୍ଚିତ ଭାବେ କରି ପାରିବେ। 

ସାର ଡନ ବ୍ରାଡମ୍ୟାନଙ୍କ ୩୩୪ ରନର ସର୍ବଶ୍ରେଷ୍ଠ ବ୍ୟକ୍ତି ଗତ ସ୍କୋରକୁ ପଛରେ ପକାଇଥିବା ଓ୍ଵାର୍ଣ୍ଣର କହିଛନ୍ତି ଯେ, ନିଜର ଟେଷ୍ଟ କ୍ରିକେଟକୁ ନେଇ ମୁଁ ସଂଶୟରେ ଥିଲି। ଭାରତର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ଵାଗ ସେହି ସମୟରେ ଭବିଷ୍ୟତବାଣୀ କରିଥିଲେ ଯେ, ସେ ଟି-୨୦  କ୍ରିକେଟ୍ ତୂଳନାରେ ଭଲ ଟେଷ୍ଟ କ୍ରିକେଟର ହେବେ।

Subscribe

National International State Sports Entertainment