ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳକୁ ଫେରିଲେ ଭୁବନେଶ୍ଵର କୁମାର
Khabar Odisha:sports--cricket--odisha-india-won-the-toss-and-choose-to-bowl-first-against-westindies-t-20-match
ହାଇଦ୍ରାବାଦ, ଡିସେମ୍ବର୦୬(ଖବର ଓଡ଼ିଶା):

ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ୍ ଷ୍ଟାଡ଼ିୟମରେ ଖେଳାଯିବ। ଟି-୨୦ ବିଶ୍ଵ କପ୍ ପ୍ରସ୍ତୁତି ଦୃଷ୍ଟିରୁ ଏହି ଶୃଙ୍ଖଳା ଉଭୟ ଦଳ ଲାଗି ମହତ୍ଵ ବହନ କରୁଛି। ଏହି ମୁକାବିଲାରେ ଟସ୍ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। 

ଆହତ ପରେ ଭାରତୀୟ ଦଳକୁ ଫେରିଥିବା ଭୁବନେଶ୍ଵର କୁମାର ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ଵ ନେବେ। ଶିବମ ଦୁବେ ଚୂଡ଼ାନ୍ତ ଏକାଦଶରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ମନୀଷ ପାଣ୍ଡେଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ଧାଓ୍ଵନଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ରୋହିତ ଶର୍ମାଙ୍କ ସହିତ ଦଳର ଓପନିଂ ଭାର ସମ୍ଭାଳିବେ। ସ୍ପିନ ବୋଲିଂରେ ରବିନ୍ଦ୍ର ଜାଡ଼େଜା ଓ ଓ୍ଵାଂଶିନଟ ସୁନ୍ଦର ଦଳର ନେତୃତ୍ଵ ନେବେ। 

ଗତ ୧୩ ମାସ ମଧ୍ୟରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୬ଟି ଟି-୨୦ ମ୍ୟାଚକୁ ଭାରତ ଜିତି ପାରିଛି। ଏହା ପୂର୍ବରୁ  ଘରୋଇ ମାଟିରେ ଗତ ଟି-୨୦ ଶୃଙ୍ଖଳାରେ ଭାରତ ବାଂଲାଦେଶକୁ ୨-୧ରେ ପରାଜିତ କରିଛି। ଅନ୍ୟପଟେ ଓ୍ଵେଷ୍ଟଇଣ୍ଡିଜ ଆଫଗାନିସ୍ତାନଠୁ ୧-୨ରେ ଟି-୨୦ ଶୃଙ୍ଖଳା ହାରିଛି। ବାଂଲାଦେଶ ଶୃଙ୍ଖଳାରେ ବିଶ୍ରାମ ନେଇଥିବା କୋହଲି ଦଳର ନେତୃତ୍ଵ ନେବା ଲାଗି ଫେରିଛନ୍ତି। 

ଭାରତୀୟ ଦଳ

ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ଶ୍ରେୟସ ଆୟର, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଶିବମ ଦୁବେ,  ଓ୍ଵାଶିଂଟନ ସୁନ୍ଦର,  ରବିନ୍ଦ୍ର ଜାଡ଼େଜା,  ଭୁବନେଶ୍ଵର କୁମାର, ଦୀପକ ଚହର, ୟୁଜବେନ୍ଦ୍ର ଚହଲ। 

ଓ୍ଵେଷ୍ଟଇଣ୍ଡିଜ ଦଳ

ଲିଣ୍ଡନ ସିମନ୍ସ, ଏଭିନ ଲୁଇସ୍, ବ୍ରାଣ୍ଡନ କିଙ୍ଗ, ସିମରନ ହେଟମାୟର, କିରଣ ପୋଲାର୍ଡ(ଅଧିନାୟକ), ଦିନେଶ ରାମଦିନ(ଓ୍ଵିକେଟ୍ ରକ୍ଷକ), ଜାସନ ହୋଲଡର, ଖାରି ପିରେ, ସେଲଡନ କଟ୍ରେଲ, କେସରିକ୍ସ ଓ୍ଵିଲିୟମ୍ସ, ହେଡେନ ଓ୍ଵାଲ୍ସ।

Subscribe

National International State Sports Entertainment