ବିଶ୍ଵବିଦ୍ୟାଳୟ କ୍ରୀଡାରେ ଓଡ଼ିଆ ପୁଅର କମାଲ। ଡିଏଭି ୟୁନିଭରସିଟି ତରଫରୁ ପଞ୍ଜାବର ଜଲନ୍ଧରରେ ଖେଳାଯାଉଥିବା ଅଲ ଇଣ୍ଡିଆ ଇଣ୍ଟର ୟୁନିଭରସିଟି ଟାଇକୋଣ୍ଡୋ ଚମ୍ପିୟାନସିପ ୨୦୨୫ -୨୬ ରେ ମେଡାଲ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ସମ୍ବଲପୁର ବିଶ୍ଵବିଦ୍ୟାଳୟର ଅନ୍ବେଷ ହୋତା। ଟୁର୍ନାମେଣ୍ଟର ପୁମସେ ବ୍ୟକ୍ତିଗତ ବର୍ଗରେ ପ୍ରତିନିଧିତ୍ବ କରିବା ସହ ମେଡାଲ ହାତେଇଛନ୍ତି ଅନ୍ବେଷ। ସେ ରାଜ୍ୟରୁ ଏହି ପ୍ରତିଯୋଗିତାରେ ୧୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଏକମାତ୍ର ଖେଳାଳି ଭାବେ ମେଡାଲ ଜିତିଛନ୍ତି। ସମ୍ବଲପୁର ବିଶ୍ଵବିଦ୍ୟାଳୟ ସହ କିଟ, ବିର୍ଲା ଗ୍ଲୋବାଲ, ବିଜୁ ପଟନାୟକ ବିଶ୍ଵବିଦ୍ୟାଳୟ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ।
Read More >