ଲଜ୍ଜାଜନକ ପରାଜୟ ଖୋଲି ଦେଲା ବିରାଟଙ୍କ ଆଖି, ମ୍ୟାଚ୍ ପରେ ଅନୁଭବ କଲେ ସବୁଠୁ ବଡ଼ ଭୁଲ
Khabar Odisha:sports--cricket--odisha--will-probably-have-to-rethink-virat-kohli-on-dropping-himself-down-to-number-four
ମୁମ୍ବାଇ, ଜାନୁଆରୀ୧୪(ଖବର ଓଡ଼ିଶା):

ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ ଡେଭଡ୍ ଓ୍ଵାର୍ଣ୍ଣର ଓ ଅଧିନାୟକ ଆରୋନ ଫିଞ୍ଚଙ୍କ ଅପରାଜିତ ଶତକ ଏବଂ ରେକର୍ଡ ଭାଗିଦାରୀ ଦମରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଏକତରଫା ବିଜୟ ହାସଲ କରିଛି। କଙ୍ଗାରୁ ଦଳ ପ୍ରଥମ ଥର ଭାରତକୁ ୧୦ ଓ୍ଵିକେଟରେ ପରାସ୍ତ କରିଛି। ପଞ୍ଚମ ଥର ଭାରତ ଦିନିକିଆ ମ୍ୟାଚରେ ବିପକ୍ଷ ଦଳଠୁ ୧୦ ଓ୍ଵିକେଟରେ ପରାଜୟର ସ୍ଵାଦ ଚାଖିଛି। ଏହି ଲଜ୍ଜାଜନକ ପରାଜୟ ପରେ ଅଧିନାୟକ ବିରାଟ କୋହଲିଙ୍କ ଆଖି ଖୋଲି ଯାଇଛି। 

ମ୍ୟାଚ୍ ପରେ ବିରାଟଙ୍କୁ ନିଜର ସେହି ସବୁଠୁ ବଡ଼ ଭୁଲ୍ ବୁଝି ପାରିଛନ୍ତି, ଯାହା ସେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କରି ସାରିଥିଲେ। ଏହି ମୁକାବିଲାରେ ଭାରତ ତିନି ଜଣ ବିଶେଷଜ୍ଞ ଓପନିଂ ବ୍ୟାଟସମ୍ୟାନଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା। ମ୍ୟାଚ୍ ପୂର୍ବରୁ ବିରାଟ ସଙ୍କେତ ମଧ୍ୟ ଦେଇଥିଲେ ଯେ, ଏମିତି ସ୍ଥିତିରେ ସେ ନିଜର ବ୍ୟାଟିଂ କ୍ରମରେ ମଧ୍ୟ ପରିବର୍ତ୍ତନ କରି ପାରନ୍ତି ଏବଂ ଏହି ଭୁଲ୍ ପୂରା ଭାରତୀୟ ଦଳକୁ ମହଙ୍ଗା ପଡ଼ିଛି। 

ପୁରସ୍କାର ବିତରଣ ସମାରୋହରେ ଚତୁର୍ଥ କ୍ରମରେ ବ୍ୟାଟିଂ କରିବା ପ୍ରଶ୍ନର ଉତ୍ତରରେ କୋହଲି କହିଛନ୍ତି ଯେ, ବିଗତ ଦିନରେ  କେଏଲ ରାହୁଲ ଯେଉଁଭଳି ବ୍ୟାଟିଂ କରିଛନ୍ତି, ତାକୁ ଦୃଷ୍ଟିରେ ରଖି ଆମର ପ୍ରୟାସ ଥିଲା ତାଙ୍କୁ ଉପର କ୍ରମରେ ବ୍ୟାଟିଂ କରିବାକୁ ଦିଆଯାଉ। ଏବେ ଆମକୁ ଏହି ବିଷୟରେ ଚିନ୍ତା କରିବାକୁ ପଡ଼ିବ। ପ୍ରତ୍ୟେକ ଥର, ପ୍ରତ୍ୟେକ ସ୍ଥାନରେ ଏବଂ ପ୍ରତ୍ୟେକ ସମୟରେ ଖେଳାଳିଙ୍କୁ ପରଖିବା ଏବଂ ତାଙ୍କ ମନୋବଳ ବଢ଼ାଇବା ଜରୁରୀ ହୋଇଥାଏ। ଏହି ସମୟ ଚିନ୍ତିତ ହେବା ନୁହଁ ବରଂ ଆରାମର ସହ ଆଗ ମ୍ୟାଚ୍ ବିଷୟରେ ଚିନ୍ତା କରିବା ଜରୁରୀ। ଆଜି ଆମର ଦିନ ନଥିଲା। 

ଏଥିରୁ ସ୍ପଷ୍ଟ ଯେ, ପରବର୍ତ୍ତୀ ମ୍ୟାଚରେ ବିରାଟ କୋହଲି ନିଜର ପୁରୁନା ତୃତୀୟ କ୍ରମରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ପାରନ୍ତି। ସଂପ୍ରତି ବିରାଟ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ। କ୍ରିକେଟରେ ମଧ୍ୟ ଏହା ସ୍ଵୀକାର କରାଯାଏ ଯେ, ଦଳର ସବୁଠୁ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ତୃତୀୟ ନମ୍ବରରେ ବ୍ୟାଟିଂ କରିଥାଏ। ଅର୍ଥାତ ବିରାଟ କୋହଲିଙ୍କ ପାଇଁ ଏହି ନିଷ୍ପତ୍ତି ସହଜ ରହିବ ନାହିଁ।

ଉଲ୍ଲେଖଯୋଗ୍ୟ, ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶିଖର ଧାଓ୍ଵନଙ୍କ ୭୪ ଓ କେଏଲ ରାହୁଲଙ୍କ ୪୭ ରନ ବଳରେ ୪୯.୧ ଓଭରରେ ୨୫୫ ରନ କରି ଆଲଆଉଟ୍ ହୋଇଥିଲା।। ଓପନର ଡେଭିଡ ଓ୍ଵାର୍ଣ୍ଣରଙ୍କ ଅପରାଜିତ ୧୨୮ ଏବଂ ଅଧିନାୟକ ଆରୋନ ଫିଞ୍ଚଙ୍କ ଅପରାଜିତ ୧୧୦ ବଳରେ ଅଷ୍ଟ୍ରେଲିଆ ଭାରତ ଦ୍ଵାରା ଧାର୍ଯ୍ୟ ୨୫୬ ରନର ବିଜୟ ଲକ୍ଷ୍ୟକୁ କୌଣସି ଓ୍ଵିକେଟ୍ ନହରାଇ ଅନାୟସରେ ୩୭.୪ ଓଭରରେ ହାସଲ କରି ନେଇଥିଲା। 

Subscribe

National International State Sports Entertainment