କାନପୁର: ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ମ୍ୟାଚ୍ରେ ବର୍ଷା ବଡ଼ ବାଧକ ସାଜିଛି। କାନପୁରରେ ବର୍ଷା ଲାଗି ରହିଥିବାରୁ ଆଜି ଦ୍ଵିତୀୟ ଦିନର ଖେଳ ସଂପୂର୍ଣ୍ଣ ଭାବେ ଧୋଇ ହୋଇ ଯାଇଛି। ଗତକାଲି ପ୍ରଥମ ଦିନରେ କେବଳ ୩୫ ଓଭର ଖେଳ ସମ୍ଭବ ହୋଇ ପାରିଥିଲା। ଶନିବାର ଗୋଟିଏ ବଲ୍ ବି ପଡ଼ି ପାରିନି। ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୩ ଓ୍ଵିକେଟ୍ ହରାଇ ୧୦୭ ରନ କରିଛି। ମୋମିନୁଲ ହକ ୪୦ ଓ ମୁସ୍କିର ରହିମ ୬ ରନ କରି ବ୍ୟାଟିଂ କରୁଛନ୍ତି।
ଉଲ୍ଲେଖନୀୟ ବର୍ଷା ବାଧାପ୍ରାପ୍ତ ଶୁକ୍ରବାର ପ୍ରଥମ ଦିନର ଖେଳରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାଂଲାଦେଶର ଦୁଇ ଓପନର ଜାକିର ହସନ ଓ ଶାଦମାନ ଇସଲାମ ୨୬ ରନ ଯୋଡିଥିଲେ । ଜାକିର ହସନ ୨୪ ବଲ ଖେଳିଥିଲେ ହେଁ ଖାତା ଖୋଲି ପାରି ନ ଥିଲେ । ଆକାଶ ଦୀପ ତାଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ୨୪ ରନ କରି ଲୟ ନଜର ଆସୁଥିବା ଶାଦମାନ ଇସଲାମ ୨୪ ବ୍ୟକ୍ତିଗତ ୨୪ ରନ ସ୍କୋରରେ ଆକାଶ ଦୀପଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ଏହା ପରେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଓ ମନିମୁଲ ହକ କ୍ରିଜରେ ଜମି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୫୧ ରନ ଯୋଡିଥିଲେ । ସାଣ୍ଟୋ(୩୧)କୁ ଅଶ୍ୱିନ ଏଲବିଡବ୍ଲ୍ୟୁ କରି ପାଭିଲିୟନର ରାସ୍ତା ଦେଖାଇଥିଲେ । ୧୦୭ ରନ ହୋଇଥିବା ବେଳେ ବର୍ଷା ହେବାରୁ ଖେଳ ବନ୍ଦ ରହିଥିଲା । କ୍ରିଜରେ ନମିନୁଲ ହକ ୪୦ ରନ ଓ ମୁସଫିକର ରହିମ ୬ ରନ କରି ବ୍ୟାଟିଂ କରୁଛନ୍ତି । ଭାରତ ପକ୍ଷରୁ ଆକାଶ ଦୀପ ୨ଟି ଏବଂ ଅଶ୍ୱିନଙ୍କୁ ଗୋଟିଏ ସଫଳତା ମିଳିଛି । ଉଲ୍ଲେଖନୀୟ ଚେନ୍ନାଇ ଟେଷ୍ଟ ଜିତି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି ।
ଆଶା କରାଯାଉଥିଲା ଦ୍ଵିତୀୟ ଦିନ ଖେଳ ହେବ। କିନ୍ତୁ କାନପୁରରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ଆଜି ଦ୍ଵିତୀୟ ଦିନରେ ଖେଳ ସମ୍ଭବ ହୋଇ ପାରିନି।ବଲ୍ଟିଏ ବି ପଡ଼ି ପାରିନି। ଏବେ ତୃତୀୟ ଦିନର ଖେଳକୁ ଅପେକ୍ଷା।