ଟି-୨୦ ବିଶ୍ୱକପରେ ଯୋଗ ଦେବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍‌
Khabar Odisha:pakistan-cricket-team-will-join-t-20-worldcup-in-india

ନୁଆଦିଲ୍ଲୀ,୧୭ଏପ୍ରିଲ(ଖବର ଓଡିଶା); ଭାରତରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ ଆଶନ୍ତା ଅକ୍ଟୋବର ମାସରେ ହେବାକୁ ଥିଲା ବେଳେ ଭାରତ ଆସିବା ଲାଗି ପାକିସ୍ତାନ ଖେଳାଳିଙ୍କୁ ଭିସା ପ୍ରଦାନ କରିବାକୁ ସରକାରଙ୍କ ତରଫରୁ ଅନୁମତି ମିଳିଥିବା ବିସିସିଆଇ ତରଫରୁ କୁହାଯାଇଛି ।

ବାବର ଆଜାମଙ୍କ ନେତୃତ୍ୱାଧିନ ପାକିସ୍ତାନ ଟିମ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ୱକପର ଭାଗ ନେବାକୁ ସମସ୍ତ ବାଟ ପରିଷ୍କାର ହୋଇଛି । ପାକିସ୍ତାନ ବିଶ୍ୱକପରେ ଭାଗ ନେବା ଲାଗି ଭାରତ ସରକାରଙ୍କ ତରଫରୁ ଭିସା ମିଳିବା ନ ମିଳିବା ଦ୍ୱନ୍ଦ ଦୁର ହୋଇଛି । ବିସିସିଆଇ ତରଫରୁ ଜୟ ଶାହା ସରକାରଙ୍କ ନିଷ୍ପତି ବିସିସିଆଇର ଏକ ଗୁରୁତ୍ୱପୁର୍ଣ୍ଣ ସଭାରେ କହିଛନ୍ତି ।

ତେବେ ପୁର୍ବରୁ ପାକିସ୍ତାନ କ୍ରକେଟ ବୋର୍ଡର ଅଧ୍ୟକ୍ଷ କହିଥିଲେ ଯେ ସେମାନେ ଭାରତରେ ଆସି ବିଶ୍ୱକପ ଖେଳିବାକୁ ଅଗ୍ରହି ନୁହନ୍ତି ଏଥି ପାଇଁ ସେ ଆଇସିସି କୁ ଅନୁରୋଧ କରିଥିଲେ ଯେ ଟି-୨୦ ବିଶ୍ୱକପକୁ ଭାରତ ବାହରେ ଅନ୍ୟ କେଉଁଠି ଅୟୋଜନନ କରିବାକୁ । ତେବେ ପରବର୍ତ ସମୟରେ ଗତ ଡିସେମ୍ବର ସୁଦ୍ଧା ପାକିସ୍ତାନ ଖେଳାଳି, ମିଡିଆ ଏବଂ ଦର୍ଶକ ମାନଙ୍କୁ ଭାରତର ଭିସା ମିଳିଲେ ସେ ବିଶ୍ୱକପରେ ଭାଗ ନେବାକୁ ଆସିବେ ବୋଲି କହିଥିଲା ବେଳେ ଏହି ସମୟରେ ସୌରଭ ଗାଙ୍ଗୁଲି ଦୁଇ ଦୁଇ ଥର ମେଡିକାଲରେ ଭର୍ତି ହେବାରୁ ତାହା ହୋଇ ପାରି ନଥିଲା । ଏବେ ଭାରତ ସରକାରଙ୍କ ଏହି ନିଷ୍ପତି ପରେ ପାକିସ୍ତାନ ଦଳ ବିଶ୍ୱକପରେ ଯୋଗ ଦେବା ନେଇ ପଥ ପରିଷ୍କାର ହୋଇଛି ।

  • Tags:

Subscribe

National International State Sports Entertainment