ଖବର ଓଡ଼ିଶା: ପ୍ୟାରିସ ଅଲିମ୍ପିକ୍ସରେ ପୁଣି ଥରେ ଇତିହାସ ଦୋହରାଇଥିବା ଭାରତୀୟ ହକି ଦଳ ସ୍ୱଦେଶ ଫେରିଛନ୍ତି । ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦିଲ୍ଲୀ ଏୟାର ପୋର୍ଟରୁ ବାଜାର ତାଳେ ତାଳେ ନାଚି ନାଚି ବାହାରିଛନ୍ତି ହକି ଖେଳାଳି । ଶହ ଶହ ସଂଖ୍ୟାରେ କ୍ରୀଡ଼ା ପ୍ରେମୀ ତାଙ୍କୁ ସ୍ୱାଗତ କରିଛନ୍ତି ।
ଚଳିତ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରି ପୁଣି ହକି ପ୍ରତି ଲୋକ ମନକୁ ସୁଦୃଢ଼ କରିଛି । କ୍ରମାଗତ ଦ୍ୱିତୀୟ ଥର ପାଇଁ ଟିମ ଇଣ୍ଡିଆ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ହୋଇଛି । ସ୍ପେନକୁ ହରାଇ ଇତିହାସ ଦୋହରାଇଥିବା ଭାରତୀୟ ହକି ଦଳ । ଶନିବାକର ଦିଲ୍ଲୀ ଏୟାର ପୋର୍ଟରେ ପହଁଚିବା ପରେ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଫୁଲମାଳ ଓ ତ୍ରିରଙ୍ଗା ଉତ୍ତରୀୟ ପ୍ରଦାନ କରାଯାଇଛି । ଏହା ସହିତ ଖେଳାଳୀଙ୍କ ପାଇଁ ଢୋଲର ବ୍ୟବସ୍ଥା କରାଯାଇଥିଲା । ଖେଳାଳିମାନେ ଢୋଲର ତାଳେ ତାଳେ ଖୁବ ନାଚୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଏହି ଅବସରରେ ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅଲିମ୍ପିକ୍ସରେ ଲଗାତର ପଦକ ଜିତିଥିବାରୁ ସେ ଗର୍ବ ଅନୁଭବ କରୁଥିବା କହିଛନ୍ତି । ସମ୍ପୂର୍ଣ୍ଣ ଦେଶରୁ ସମର୍ଥନ ପାଇଛୁ, ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଥିବାରୁ ବହୁତ ଖୁସି ଅଛନ୍ତି । ଚଳିତ ଅଲିମ୍ପିକ୍ସରେ ୧୦ଟି ଗୋଲ କରିଥିବାରୁ ସେ ବହୁତ ଖୁସିଥିବା କହିଛନ୍ତି । ଏଥି ମଧ୍ୟରୁ ସ୍ପେନ୍ ବିପକ୍ଷରେ ୨ଟି ଗୋଲ କରି ବ୍ରୋଞ୍ଜ ପଦକ ପାଇଁ ଦଳର ସ୍ଥିତିକୁ ମଜବୁତ କରିଥିଲେ ।
ତେବେ ଗୋଲ କିପର ପି ଆର ଶ୍ରୀଯେସ ଭାରତ ଫେରି ନାହାଁନ୍ତି । ସେ ଅଲିମ୍ପିକ୍ସର ଉଦଯାପନୀ ସମାରୋହରେ ଧ୍ୱଜା ବାହକ ହେବେ । ଉଦଯାପନୀ ସମାରୋହ ପରେ ସେ ଭାରତ ଫେରିବେ ବୋଲି ଜଣା ପଡ଼ିଛି ।