ଖବର ଓଡ଼ିଶା: ଆଜି ପ୍ୟା଼ରିସ ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତକୁ ନିରାଶ ହେବାକୁ ପଡ଼ିଛି । ଭାରତର ଗୋଟେ ପଦକର ଆଶା ମଉଳି ଯାଇଛି । ଶୁଟିଂ ଦଳ ଏହି ନୈରାସ୍ୟଜନକ ଖବର ଦେଇଛି । ଶୁଟିଂ ଇଭେଣ୍ଟରେ ଫାଇନାଲରୁ ବିଦା ହୋଇଛନ୍ତି ରମିତା ଜିନ୍ଦଲ ଓ ଅର୍ଜୁନ ବବୁତା ଯୋଡ଼ି ।
ଆଜି ଦିନ ୧୨ଟା ୩୦ରେ ପ୍ରଥମେ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ଯୋଗ୍ୟତା ମ୍ୟାଚ୍ ଆରମ୍ଭ ହୋଇଥିଲା । ରମିତା ଜିନ୍ଦଲ (୩୧୪.୫) ଓ ଅର୍ଜୁନ (୩୧୪.୨) ମୋଟ ୬୨୮.୭ ସ୍କୋର କରିଥିଲେ । ଫଳରେ ଯୋଗ୍ୟତା ତାଲିକାର ଷଷ୍ଠ ସ୍ଥାନରେ ରହିଥିଲେ । ସେହିପରି ଏଲାବେନିଲ (୩୧୨.୬) ଓ ସନ୍ଦୀପ (୩୧୩.୭) ସ୍କୋର କରି ତାଲିକାର ସପ୍ତମ ସ୍ଥାନରେ ରହି ଶୁଟିଂ ରେସ୍ ରୁ ବିଦା ହୋଇଛନ୍ତି । ୨୮ ଯୋଡିଙ୍କ ମଧ୍ୟରୁ ଶୀର୍ଷ ୪ଟି ମେଡାଲ ପାଇଁ ଖେଳିବେ ।
ବ୍ୟାଡମିଣ୍ଟନରେ ପୁରୁଷ ଯୁଗଳ ଓ ମହିଳା ଯୁଗଳ, ରୋଇଂ, ଶୁଟିଂ, ଟେନିସ, ଟେବୁଲ ଟେନିସ, ହକି (ପୁରୁଷ) ଓ ବକ୍ସିଂ ଖେଳାଯିବାର ଅଛି ।