ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପ ଚମକିଛନ୍ତି ଓଡ଼ିଆ ଝିଅ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଛନ୍ତି ଓଡ଼ିଶାରୁ ଅଂଶ ଗ୍ରହଣ କରିଥିବା ବିଦୁସ୍ମିତା ଭୋଇ । ଜୁନିୟର ୬୩ କିଗ୍ରା ଓଜନ ବର୍ଗରେ ସ୍ୱର୍ଣ୍ଣ ହାସଲ କରିଛନ୍ତି । ସ୍ନାଚରେ ୮୯ ଓ କ୍ଲିନ ଆଣ୍ଡ ଜର୍କରେ ୧୧୫ କିଗ୍ରାର ଓଜନ ଉଠାଇ ଏହି ବିଜୟ ହାସଲ କରିଛନ୍ତି ।
ବିଦୁସ୍ମିତା ପୂର୍ବରୁ ମଧ୍ୟ ଅନେକ ସଫଳତା ହାସଲ କରିଛନ୍ତି । ୨୦୨୪ରେ ବ୍ରହ୍ମପୁରରେ ଅନୁଷ୍ଠିତ ୭୧ତମ ଓଡ଼ିଶା ରାଜ୍ୟ ଭାରଉତ୍ତୋଳନ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ କାଂସ୍ୟ ଜିତିଛନ୍ତି । ସେହିପରି ୨୦୨୩ରେ ସମାନ କ୍ରୀଡ଼ା ପ୍ରତିଯୋଗିତାରେ ଦୁଇଟି ରୋପ୍ୟ ଜିତିଥିଲେ । ୨୦୨୨ ରାଜ୍ୟ ସ୍ତରୀୟ ଭାରଉତ୍ତୋଳନ ପ୍ରତିଯୋଗିତାରେ ମଧ୍ୟ ରୌପ୍ୟ ହାସଲ କରିଥିଲେ । ପ୍ରଶିକ୍ଷକ ଗୋପାଳ ଦାସଙ୍କ ନେତୃତ୍ୱରେ ଢେଙ୍କାନାଳରେ ବିଦୁସ୍ମିତା ପ୍ରଶିକ୍ଷଣ ନେଉଛନ୍ତି । ତାଙ୍କୁ ଭଉଣୀ ପ୍ରୀତିସ୍ମିତା ଭୋଇ ମଧ୍ୟ କମନୱେଲଥରେ ଅଂଶ ଗ୍ରହଣ କରିଛନ୍ତି ।