ଭାରତୀୟ ଭେଟେରାନ କ୍ରିକେଟର ଯୁବରାଜ ସିଂ ସର୍ବକାଳୀନ ଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି। ସେ ତାଙ୍କ ଦଳରେ ଭାରତର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ସ୍ଥାନ ଦେଇନାହାଁନ୍ତି। ଏହି ଦଳରେ କେବଳ ୩ ଜଣ ଭାରତୀୟ ଖେଳାଳିଙ୍କୁ ଯୁବରାଜ ସ୍ଥାନ ଦେଇଛନ୍ତି। ଏଥିସହ ଅଷ୍ଟ୍ରେଲିଆର ୪ ଖେଳାଳି ଏହି ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସେ ନିଜକୁ ଦ୍ୱାଦଶ ଖେଳାଳି ଭାବରେ ଚୟନ କରିଛନ୍ତି ।
ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ ଏବଂ ସଚିନ ତେନ୍ଦୁଲକରଙ୍କୁ ଓପନର ଭାବେ ସ୍ଥାନ ଦେଇଛନ୍ତି ଯୁବରାଜ। ଯୁବରାଜ ରୋହିତ ଶର୍ମାଙ୍କୁ ୩ ନମ୍ବରରେ ଏବଂ ବିରାଟ କୋହଲିଙ୍କୁ ୪ ନମ୍ବରରେ ସ୍ଥାନ ଦେଇଛନ୍ତି। ଯୁବରାଜ ଦକ୍ଷିଣ ଆଫ୍ରିକାର ତାରକା ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ଏବଂ ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫଙ୍କୁ ମଧ୍ୟ ଏକାଦଶ ଖେଳିବାରେ ଅନ୍ତର୍ଭୁକ୍ତ କରିଥିଲେ।
ତାଙ୍କ ଦଳରେ ସେ ଅଷ୍ଟ୍ରେଲୀୟ ପୂର୍ବତନ ଓପନର ଆଡାମ ଗିଲକ୍ରିଷ୍ଟଙ୍କୁ ୱିକେଟ୍ କିପର ଭାବରେ ଚୟନ କରିଥିଲେ। ଏହାସହ ଯୁବରାଜ ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ୧୧ ରେ ୪ ବୋଲରଙ୍କୁ ସାମିଲ କରିଛନ୍ତି । ଏଥିମଧ୍ୟରେ ମୁଥିୟା ମୁରଲୀଥରଣ, ସେନ ୱାର୍ନ, ଗ୍ଲେନ ମ୍ୟାକଗ୍ରାଥ ଏବଂ ୱାସିମ ଆକ୍ରାମ ଅଛନ୍ତି।
ଯୁବରାଜଙ୍କ ସର୍ବକାଳୀନ ଶ୍ରେଷ୍ଠ ୧୧ :-
ସଚିନ ତେନ୍ଦୁଲକର, ରିକି ପଣ୍ଟିଙ୍ଗ, ରୋହିତ ଶର୍ମା, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଆଡାମ ଗିଲକ୍ରିଷ୍ଟ, ସେନ ୱାର୍ନ, ମୁଥିୟା ମୁରଲୀଥରଣ, ଗ୍ଲେନ ମ୍ୟାକଗ୍ରାଥ, ୱାସିମ ଆକ୍ରାମ, ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ