ଏସିଆ କପ୍ ୨୦୨୩ ର ଅନ୍ତିମ ମ୍ୟାଚ୍ ରେ ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ୮ ସ୍ଥାନ ଡେଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟାଇଟଲ ମ୍ୟାଚରେ ସିରାଜଙ୍କ ବୋଲିଂ ହେତୁ ଦଳ ମାତ୍ର ୫୧ ରନ୍ର ଲକ୍ଷ୍ୟ ହାସଲ କରିଛି। ଏହି ମ୍ୟାଚ୍ରେ ସିରାଜ ୭ ଓଭରରେ ମାତ୍ର ୨୧ ରନ୍ ଦେଇଥିବା ବେଳେ ୬ ଟି ୱିକେଟ୍ ନେଇଥିଲେ।
ଏସିଆ କପ୍ ଆରମ୍ଭ ପୂର୍ବରୁ ମହମ୍ମଦ ସିରାଜ ୬୪୩ ପଏଣ୍ଟ ସହ ଦିନିକିଆ ର଼୍ୟାଙ୍କିଙ୍ଗରେ ୯ ନମ୍ବରରେ ଥିଲେ। ବର୍ତ୍ତମାନ ସେ ୮ ଟି ସ୍ଥାନକୁ ଡେଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଯେଉଁଥିରେ ତାଙ୍କର ବର୍ତ୍ତମାନ ୬୯୪ ରେଟିଂ ପଏଣ୍ଟ ଅଛି । ଏସିଆ କପରେ ହାରାହାରି ୧୨.୨ ରେ ସିରାଜ ୧୦ ଟି ୱିକେଟ୍ ନେଇଥିଲେ। ଏହାପୂର୍ବରୁ ମହମ୍ମଦ ସିରାଜ ମାର୍ଚ୍ଚ ୨୦୨୩ ରେ ନମ୍ବର -୧ ସ୍ଥିତିରେ ପହଞ୍ଚିଥିଲେ, ପରେ ଯଶ ହାଜେଲଉଡ଼ ତାଙ୍କୁ ସେହି ସ୍ଥାନରୁ ହଟାଇ ଦେଇଥିଲେ।
ଦିନିକିଆ ବିଶ୍ୱକପ ପୂର୍ବରୁ ମହମ୍ମଦ ସିରାଜଙ୍କ ଏହି ପ୍ରଦର୍ଶନ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଆରାମ ବୋଲି ବିବେଚନା କରାଯାଇପାରେ । ଏସିଆ କପରେ କୌଣସି ଦଳ ପାଇଁ ବୁମରା ଏବଂ ସିରାଜଙ୍କ ଯୋଡି ସାମ୍ନା କରିବା ସହଜ ନଥିଲା। ଏସିଆ କପ୍ର ଅନ୍ତିମ ମ୍ୟାଚ୍ରେ ସିରାଜ ତାଙ୍କ ଦିନିକିଆ କ୍ୟାରିୟରରେ ୫୦ ୱିକେଟ୍ ପୂରଣ କରିଥିଲେ।