ପ୍ୟାରିସ ଅଲମ୍ପିକରେ ଇତିହାସ ରଚିଛନ୍ତି ଦୁଇ ଭାରତୀୟ ଖେଳାଳି । ଶୁଟର ମନୁ ଭାକର ଓ ସରବଜୋତ ସିଂହ ଐତିହାସିକ ବିଜୟ ହାସଲ କରିଛନ୍ତି । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ପ୍ରଥମ ଥର ପାଇଁ ଏହି ଦୁଇ ଆଥଲେଟ ବ୍ରୋଞ୍ଜ ଜିତିବାର ରେକର୍ଡ କରିଛନ୍ତି । ଓହ ୟେ ଜେନ ଏବଂ ଲି ୱନହୋଙ୍କୁ ପରାଜିତ କରି ଏହି ମେଡାଲ ଜିତିବାରେ ସଫଳ ହୋଇଛନ୍ତି ଦୁଇ ଭାରତୀୟ । ଏକ ଜୋରଦାର ଟକ୍କର ମୁକାବିଲାରେ ୧୬-୧୦ ପଏଣ୍ଟରେ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ପୂର୍ବରୁ ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲେ। ଫଳରେ ଚଳିତ ପ୍ୟାରସ ଅଲମ୍ପିକ୍ସରେ ଭାରତର ମୋଟ ପଦକ ସଂଖ୍ୟା ୨ରେ ପହଞ୍ଚିଛି ।
ମନୁ ଭାକର ଭାରତ ପାଇଁ ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଥମ ମହିଳା ଆଥଲେଟ୍ । ମାତ୍ର ୨୨ ବର୍ଷରେ ଅଲିମ୍ପିକ୍ସ ପଦକ ଆଣିଥିଲେ ମନୁ । ସେ ପ୍ରଥମ ଷ୍ଟେଜରେ ୫୦.୪ ସ୍କୋର ଏବଂ ଦ୍ଵିତୀୟରେ ୧୦୧. ୭ ସ୍କୋରରେ ପହଞ୍ଚିଥିଲେ । ସେ ୨୨୧.୭ ପଏଣ୍ଡ ସ୍କୋର କରି ଏପରି ସଫଳତା ହାସଲ କରିଥିଲେ । ହରିୟାଣାରେ ଜନ୍ମିତ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିଥିଲେ ।