ଭାରତ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ ଜିତି ଯାଇଛି ଭାରତ । ଏବେ ଲଖ୍ୟ ରହିଲା ୩ୟ ଦିନିକିଆ ଜିତି ଅଷ୍ଟ୍ରେଲିଆକୁ ମୂଳପୋଛ କରିବା । ଏହି ସିରିଜର ଶେଷ ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ମ୍ୟାଚ୍ ବିଶ୍ୱକପ୍ ପୂର୍ବରୁ ଶେଷ ଅଫିସିଆଲ ମ୍ୟାଚ୍ ହେବାକୁ ଯାଉଛି । ଆଉ ବିଶ୍ୱକପ୍ ପୂର୍ବରୁ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବେ ଦୁଇ ଦଳ । ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି । ପ୍ରଥମ ଦୁଇଟି ମ୍ୟାଚରେ ବିଶ୍ରାମ ଦିଆଯାଇଥିବା ଦୁଇ ଖେଳାଳିଙ୍କୁ ବିଶ୍ୱକପ୍ ପୂର୍ବରୁ ହାତ ଖୋଲିବାର ସୁଯୋଗ ମିଳିଛି, ଯାହାକୁ ହାତଛଡା ନ କରି ଭଲ ସ୍କୋର ସଂଗ୍ରହ କରିବାକୁ ଚେଷ୍ଟା କରିବେ ଦୁଇ ଭାରତୀୟ ଖେଳାଳି ।
ସିରିଜ ବିଜୟ ପରେ ଶୁଭମନ ଗିଲ, ମହମ୍ମଦ ଶାମି ଏବଂ ସାରଦୁଲ ଠାକୁରଙ୍କୁ ବିଶ୍ରାମ ଦିଆଯାଇଛି । ହାର୍ଦିକ ପାଣ୍ଡ୍ୟା ମଧ୍ୟ ଆଜିର ମ୍ୟାଚରେ ଖେଳିବେ ନାହିଁ ଏବଂ ଅକ୍ସର ପଟେଲ ମଧ୍ୟ ଫିଟ ନାହାନ୍ତି । ତେଣୁ ଆଜିର ମ୍ୟାଚରେ ଭାରତୀୟ ଦଳରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ । ଆଜିର ମ୍ୟାଚ ଜିତି ସିରିଜରେ ମୂଳପୋଛ କରିବା ଲଖ୍ୟରେ ଭାରତୀୟ ଦଳ ।
ଅଧିକ ପଢନ୍ତୁ: ନେପାଳ ଭାଙ୍ଗିଲା ଯୁବରାଜଙ୍କ ରେକର୍ଡ