ଆଜି ଭାରତ ଅଷ୍ଟ୍ରେଲିଆ ବିଶ୍ୱକପ୍ ମ୍ୟାଚ । ଦୁଇ ଦଳ ଆଜି ପ୍ରଥମ ମ୍ୟାଚ୍ ଜିତି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୳ ରଖିଛନ୍ତି । ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ସୁପର ସଣ୍ଡେରେ ଦମଦାର ମୁକାବିଲା ଦେଖିବାକୁ ମିଳିବ । କିଛି ଦିନ ତଳେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳାଯାଇଥିଲା । ଯାହାକୁ ଭାରତ ୨-୧ ରେ ବିଜୟୀ ହୋଇଥିଲା । ଯେଉଁଠୁ ଶେଷ କରିଥିଲା ସେଇଠୁ ଆରମ୍ଭ କରି ଚଳିତ ବିଶ୍ୱକପ୍ ଜିତିବାକୁ ଚେଷ୍ଟା କରିବ ଭାରତୀୟ ଦଳ ।
ଏହିଭିତରେ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି ଶୁବମନ୍ ଗିଲ୍ ଅନୁପସ୍ଥିତି । ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟୀକରଣ ମିଳିପାରିନାହିଁ କିନ୍ତୁ ଡେଙ୍ଗୁରେ ପୀଡିତ ଥିବା ହେତୁ ବୋଧ ହୁଏ ଦଳରୁ ବାଡ଼ ପଡିପାରନ୍ତି । ଗିଲ୍ ସୁସ୍ଥ ନହେଲେ ରୋହିତଙ୍କ ସହ ଇନିଂସ ଓପନ୍ କରିପାରନ୍ତି ଇଶାନ୍ କିଷାନ । ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସୂଚନା ଅନୁଯାୟୀ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୩ଟି ସ୍ପିନର ଖେଳିବେ । ଯାହାଫଳରେ ଅଶ୍ୱିନ, ଜାଡେଜା ଏବଂ କୁଲଦୀପଙ୍କୁ ପଡିଆରେ ଦେଖିବାକୁ ମିଳିବ । ରେକର୍ଡ ଅନୁସାରେ ଚେନ୍ନାଇର ପିଚ୍ ସ୍ପିନ ପାଇଁ ଅନୁକୂଳ ତେଣୁ ୩ଟି ସ୍ପିନର ଖେଳିବେ । ଏହା ସହିତ ଦୁଇ ଫାଷ୍ଟ ବୋଲର ମଧ୍ୟ ଦଳରେ ରହିବେ । ଯଶପ୍ରୀତ ବୁମରା ଏବଂ ମହମ୍ମଦ ଶିରାଜଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଫାଷ୍ଟ ବୋଲିଂ କରୁଥିବାର ଦେଖିବାକୁ ମିଳିପାରେ ।
ଅଧିକ ପଢନ୍ତୁ: ଏସୀୟ ଗେମ୍ସ ୨୦୨୩ ର ପୁରୁଷ କ୍ରିକେଟରେ ଭାରତକୁ ସ୍ବର୍ଣ୍ଣ