ଭାରତ ଓ ଇଂଲଣ୍ଡ ମଧ୍ୟର ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ୨୩ ଫେବୃଆରୀରୁ ରାଞ୍ଚିରେ ଖେଳାଯିବ । ଇଂଲଣ୍ଡ ଦଳ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ କାରଣ ୪ଥ ମ୍ୟାଚ ହାରିଲେ ସିରିଜ ହାରିବ । ଅନ୍ୟପକ୍ଷରେ ଭାରତ ୪ଥ ମ୍ୟାଚ ଜିତି ସିରିଜ ଜିତିବା ଲକ୍ଷରେ ରହିବ । ଚତୁର୍ଥ ଟେଷ୍ଟ ରାଞ୍ଚିରେ ଖେଳାଯିବାକୁ ଥିବାବେଳେ ସ୍ପିନିଂ ଟ୍ରାକ ରହିବ ବୋଲି ଆଶା କରାଯାଉଛି । ଯାହାକୁ ନେଇ ଇଂଲଣ୍ଡ ଅଧିନାୟକ ଚିନ୍ତା ପ୍ରକାଶ କରିଛନ୍ତି । ସିରିଜରେ ୨ଟି ମ୍ୟାଚ ଜିତି ଭାରତ ୨-୧ ରେ ଆଗୁଆ ରହିଛି । ଭାରତୀୟ ଓପନର ୟଶସ୍ଵୀ ଜେସୱାଲ ମଧ୍ୟ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରୁଛନ୍ତି । ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ । ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ଜାଗାରେ ସ୍ପିନରକୁ ସୁଯୋଗ ମିଳିପାରେ ।
ଭାରତୀୟ ଦଳ :- ୟଶସ୍ଵୀ ଜେସୱାଲ , ରୋହିତ ଶର୍ମା(ଅଧିନାୟକ), ଶୁବମାନ ଗିଲ, ରଜତ ପାଟିଦର, ସର୍ଫରଜ଼ ଖାନ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଯୁରେଲ(ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ଵିନ, କୁଲଦୀପ ଯାଦବ, ମହମ୍ମଦ ଶିରାଜ, ମୁକେଶ କୁମାର, ଅକ୍ସର ପଟେଲ, ଶ୍ରୀକର ଭରତ, ୱାଶୀଙ୍ଗଟନ ସୁନ୍ଦର, ଦେବଦତ୍ତ ପଦିକ୍କଲ, ଆକାଶ ଦୀପ
ଇଂଲଣ୍ଡ ଦଳ :- ଜ୍ୟାକ କ୍ରଲି, ବେନ ଡ଼କେଟ, ଓଲି ପପ, ଜୋ ରୁଟ, ଯନି ବେରଷ୍ଟୋ, ବେନ ଷ୍ଟୋକ୍ସ(ଅଧିନାୟକ), ବେନ ଫୋକ୍ସ(ୱିକେଟ୍ କିପର), ଟମ ହାର୍ଟଲି, ଓଲି ରବିନସନ, ଜେମ୍ସ ଆଣ୍ଡ୍ରସନ, ସୋଏବ ବସିର, ମାର୍କ ଉଡ଼, ରେହନ ଏହମଦ, ଡାନିଏଲ ଲରେନ୍ସ, ଗସ ଅକିନସନ
ଅଧିକ ପଢନ୍ତୁ : ରାଞ୍ଚି ପିଚ ମତେ ବୁଝା ପଡୁନି : ବେନ ଷ୍ଟୋକ୍ସ