ରାଞ୍ଚି ଟେଷ୍ଟ ପାଇଁ ଚିନ୍ତାରେ ଇଂଲଣ୍ଡ । ରାଞ୍ଚିରେ ଖେଳାଯିବାକୁ ଥିବା ପିଚକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବେନ ଷ୍ଟୋକ୍ସ ଏବଂ ଓଲି ପୋପ । ରାଞ୍ଚି ସ୍ପିନ ଟ୍ରାକ ପରି ମନେ ହେଉଥିଲେ ମଧ୍ୟ ଏହା କେତେ ସ୍ପିନ ହେବ ଏବଂ କେଉଁ ସେସନରେ ସ୍ପିନ ହେବା ଆରମ୍ଭ କରିବ ତାହା କହିବା କଷ୍ଟକର । ପିଚରେ ସାମାନ୍ୟ ଘାସ ସହ ବଡ ବଡ ଫାଟ ସୃଷ୍ଟି ହୋଇଛି ଯାହାକୁ ନେଇ ଚିନ୍ତା ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ । ଭାରତୀୟ ସ୍ପିନରଙ୍କ ଅଭିଜ୍ଞତା ଇଂଲଣ୍ଡର ଯୁବ ଖେଳାଳିଙ୍କ ପାଇଁ ଚିନ୍ତା ବିଷୟ ପାଲଟିବ । ପ୍ରଥମ ଦୁଇଟି ଟେଷ୍ଟରେ ଭଲ ବ୍ୟାଟିଂ ପିଚ ଦେଖିବାକୁ ମିଳିଥିଲା ଏବଂ ୩ୟ ଟେଷ୍ଟରେ ମଧ୍ୟ ଭଲ ବ୍ୟାଟିଂ ସହ ୩ୟ ଟେଷ୍ଟର ଚତୁର୍ଥ ଦିନରେ ସ୍ପିନ ବଳରେ ଭାରତୀୟ ସ୍ପିନର ଇଂଲଣ୍ଡକୁ ଧରାଶାୟୀ କରିଥିଲେ । ଯାହାର ଫଳସ୍ୱରୂପ ୩ୟ ଟେଷ୍ଟକୁ ଭାରତ ବଡ ବ୍ୟବଧାନରେ ଜିତିବାରେ ସଫଳ ହୋଇଥିଲା । ୩ୟ ମ୍ୟାଚରେ ଭାରତର ବିଜୟ ସହ ଭାରତ ସିରିଜରେ ୨-୧ ରେ ଆଗୁଆ ରହିଛି ।
କିନ୍ତୁ ରାଞ୍ଚି ପିଚକୁ ଦେଖି ଚିନ୍ତା ପ୍ରକାଶ କରିଛନ୍ତି ବେନ ଷ୍ଟୋକ୍ସ । ଷ୍ଟୋକ୍ସଙ୍କ କହିବା ଅନୁଯାୟୀ ରାଞ୍ଚିରେ ପ୍ରସ୍ତୁତ ଏଭଳି ପିଚ ସେ ଆଗରୁ କେବେ ଦେଖିନଥିଲେ । ଏହା ସହ ଏଭଳି ପିଚରେ କିଭଳି ଖେଳିବେ ତାହା ମଧ୍ୟ ସେ ଜାଣନ୍ତି ନାହିଁ । ଷ୍ଟୋକ୍ସଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ପିଚ ଦୂରରୁ ଘାସରେ ପରିପୂର୍ଣ୍ଣ କିନ୍ତୁ ପାଖକୁ ଆସିଲେ ପିଚରେ ସୃଷ୍ଟି ହୋଇଥିବା ଫାଟ ସ୍ପଷ୍ଟ ବାରି ହେଉଛି ଏବଂ ଏଭଳି ପିଚ ସେ ଆଗରୁ କେବେ ଦେଖିନାହାନ୍ତି । ପିଚକୁ ନେଇ ମଧ୍ୟ ଷ୍ଟୋକ୍ସଙ୍କ ପାଖରେ କୌଣସି ଉତ୍ତର ନାହିଁ ଏବଂ ୪ଥ ଟେଷ୍ଟରେ କଣ ପରିସ୍ଥିତି ହେବା ତାହା ମଧ୍ୟ ତାଙ୍କୁ ଜଣାନାହିଁ ।
ଅଧିକ ପଢନ୍ତୁ : ରାଞ୍ଚି ଟେଷ୍ଟରୁ ବୁମରା ଆଉଟ !