ଆଜିଠାରୁ ଆରମ୍ଭ ହେବ ଭାରତୀୟ ଦଳର କିୱି ପରୀକ୍ଷା
Khabar Odisha:india-newzeland-first-t20-match-in-auckland
ଅକଲ୍ୟାଣ୍ଡ,ଜାନୁଆରୀ ୨୪ (ଖବର ଓଡ଼ିଶା):

ଆଜିଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ । ଆଜି ପ୍ରଥମ ମ୍ୟାଚ୍ ଅକଲାଣ୍ଡରେ ଖେଳାଯିବାକୁ ଥିବାବେଳେ, ଭାରତୀୟ ସମୟ ଦିନ ସାଢ଼େ ୧୨ଟାରେ ଆରମ୍ଭ ହେବ ଏହି ମ୍ୟାଚ । ଭାରତ ଗସ୍ତରେ ଆସିଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ନିଜ ଘରେ ପରାସ୍ତ କରି ଭାରତୀୟ ଖେଳାଳିଙ୍କ ମନୋବଳ ବେଶ ଉଚ୍ଚରେ ରହିଛି ।

ଗତ କିଛି ଦିନ ଧରି ଘରୋଇ ପରିବେଶରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି  । ବ୍ୟାଟିଂ ଓ ବୋଲିଂରେ କମାଲ କରି ନିକଟରେ ବାଂଲାଦେଶ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିରୋଧରେ ସିରିଜ୍ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଏବେ କିନ୍ତୁ ନ୍ୟୁଜିଲାଣ୍ଡରେ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଟିମ ଇଣ୍ଡିଆକୁ ଖେଳିବାକୁ ଥିବାରୁ ଭାରତୀୟ ଖେଳାଳିଙ୍କ ପାଇଁ କ୍ୟୁଇ ଦଳକୁ ହରାଇବା ଟିକେ କଷ୍ଟକର ହେବ ବୋଲି ଜଣାପଡ଼ିଛି । ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଆସିଥିବା ସମସ୍ତ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

କୋହଲିଙ୍କ ନେତୃତ୍ୱରେ ଦଳ ପଡ଼ିଆକୁ ଓହ୍ଲାଇବାକୁ ଥିବାବେଳେ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତୀୟ ଟିମ୍  । ସେପଟେ, ଘରୋଇ ପରିବେଶର ପୁରା ଫାଇଦା ନେବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ଦଳ । ୱିଲିୟମସନଙ୍କ ନେତୃତ୍ୱରେ ଭାରତ ସହ ଲଢ଼ିବ କିୱି ଟିମ୍  । ଦଳରେ ଗପଟିଲ୍, ମୁନରୋଙ୍କ ପରି ବିସ୍ଫୋରକ ବ୍ୟାଟସମ୍ୟାନ ରହିଛନ୍ତି  । ସେହିପରି, ସାଉଦି, ସାଣ୍ଟନେରଙ୍କ ପରି ବୋଲର ଭାରତୀୟ ଖେଳାଳିଙ୍କୁ ଅଡୁଆରେ ପକାଇପାରନ୍ତି  । ଖାସ୍ କରି ଟି-ଟ୍ୱେଣ୍ଟିରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ରେକର୍ଡ ଭଲ ରହିଛି  । ତେଣୁ ଟିମ୍ ଇଣ୍ଡିଆକୁ ଚକମା ଦେବା ପାଇଁ ନ୍ୟୁଜିଲ୍ୟାଣ୍ଡ ପାଇଁ କିଛି ନୂଆ କଥା ହେବ ନାହିଁ ।

Subscribe

National International State Sports Entertainment