ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୩ୟ ଟେଷ୍ଟ ମ୍ୟାଚରେ ବାଜି ମାରିଛି ଭାରତ । ରୋହିତ ଶର୍ମାଙ୍କ ପ୍ରତିନିଧିତ୍ୱରେ ୩ୟ ଟେଷ୍ଟର ୪ଥ ଦିନରେ ଇଂଲଣ୍ଡକୁ ଅଲ ଆଉଟ କରି ୪୩୪ ରନରେ ବିଜୟ ହାସଲ କରିଛି ଭାରତ । ୟଶସ୍ଵୀ ଜେସୱାଲଙ୍କ ଦ୍ବୀଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ୫ ୱିକେଟ୍ ବଳରେ ଭାରତ ସିରିଜର ୩ୟ ମ୍ୟାଚ ଜିତି ୨-୧ ରେ ଆଗୁଆ ରହିଛି । ରବୀନ୍ଦ୍ର ଜାଡେଜାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଛି ।
ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ଭାରତ ୪୩୦/୪ ରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା ଏବଂ ଇଂଲଣ୍ଡକୁ ଜିତିବା ପାଇଁ ୫୫୭ ରନର ଆବଶ୍ୟକତା ଥିଲା । କିନ୍ତୁ ଭାରତୀୟ ବୋଲର ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ଉପରେ ଘାତକ ବୋଲିଂ ସହ ଆକ୍ରମଣ କରିଥିଲେ । ଭାରତୀୟ କଡା ବୋଲିଂ ସାମ୍ନାରେ ଇଂଲଣ୍ଡର ବାଜବାଲ କ୍ରିକେଟ ଫିକା ପଡିଥିଲା । ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ଟି ୱିକେଟ୍ ନେଇଥିଲା ବେଳେ କୁଲଦୀପ ଯାଦବ ୨ଟି ୱିକେଟ୍ ନେଇଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଓ ଯଶପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଅନ୍ୟପକ୍ଷରେ ଭାରତୀୟ ବ୍ୟାଟିଂରେ ମଧ୍ୟ ୟଶସ୍ଵୀ ଜେସୱାଲ ଦ୍ବୀଶତକ ହାସଲ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଶୁବମନ ଗିଲ ମଧ୍ୟ ୯୧ ରନ କରିଥିଲାବେଳେ ସର୍ଫରାଜ ଖାନ ୬୮ ରନ ସଂଗ୍ରହ କରିଥିଲେ । ୩ୟ ଟେଷ୍ଟ ଜିତି ଭାରତ ୨-୧ ରେ ଆଗୁଆ ରହିଛି । ୪ଥ ଟେଷ୍ଟ ୨୩ ଫେବୃଆରୀରେ ରାଞ୍ଚି ରେ ଖେଳାଯିବ ଏବଂ ସିରିଜର ଶେଷ ଟେଷ୍ଟ ୭ ମାର୍ଚ୍ଚରେ ଧର୍ମଶାଳାରେ ଖେଳାଯିବ ।
ଅଧିକ ପଢନ୍ତୁ : ରାଜକୋଟ ଟେଷ୍ଟରେ ଜେସୱାଲଙ୍କ ଦ୍ୱିଶତକ