ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଚଳିତ ବର୍ଷ ଅର୍ଥାତ୍ ୨୦୨୬ରେ ସର୍ବାଧିକ ଦିନିକିଆ ରନ୍ କରିଥିବା ଶ୍ରେଷ୍ଠ ୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି। ଏହି ତାଲିକାରେ ଯୁବ ବ୍ୟାଟ୍ସମ୍ୟାନ୍ ଅଧିନାୟକ ଶୁଭମନ ଗିଲ ଶୀର୍ଷରେ ରହିଛନ୍ତି । ଚଳିତ ବର୍ଷ ଦିନିକିଆରେ ସର୍ବାଧିକ ରନ୍ କରିଥିବା ଶ୍ରେଷ୍ଠ ୧୦ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ କୋହଲି ଏବଂ ଗିଲ୍ କେବଳ ଦୁଇ ଜଣ ଭାରତୀୟ।
ଅଧିନାୟକ ଗିଲ୍ ଆଉ ୧୦୦୦ ସ୍କୋର୍ କରିବାକୁ ଆଉ ମାତ୍ର ୬୮ ରନ୍ ଦୂରରେ ବ୍ୟବଧାନରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍ରେ ୩୭ ରନ୍ର ଏକ ଇନିଂସ ଖେଳିଥିଲେ। ଏହି ଇନିଂସ ପରେ ସେ ୨୦୨୬ ମସିହାରେ ୧୨ ଇନିଂସରେ ୧୦୩.୫୫ ହାରରେ ୯୩୨ ରନ୍ କରିଛନ୍ତି। ଗିଲ୍ଙ୍କ ଷ୍ଟ୍ରାଇକ୍ ରେଟ୍ ମଧ୍ୟ ଭଲ ରହିଛି । ସେ ଚଳିତ ବର୍ଷ ୧୧୫.୦୬ ହାରରେ ରନ୍ କରିଛନ୍ତି। ସେ ଗୋଟିଏ ଦ୍ୱିଶତକ ସମେତ ୩ ଶତକ ଏବଂ ୫ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଦ୍ୱିତୀୟ ଭାରତୀୟ କ୍ରିକେଟର୍ ବିରାଟ କୋହଲି ୬୨୬ ରନ୍ ସହିତ ଦଶମ ସ୍ଥାନରେ ରହିଛନ୍ତି । ବିରାଟ କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୭୪ ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ତାଙ୍କ ଇନିଂସ ଆଧାରରେ, ଭାରତ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ୫ ୱିକେଟରେ ଜିତିବାରେ ସଫଳ ହୋଇଥିଲା । ଏହି ବିଜୟ ସହିତ, ଟିମ୍ ଇଣ୍ଡିଆ ସିରିଜରେ ୧-୦ରେ ଆଗୁଆ ରହିଛି । ଏହା ସହିତ, ବିରାଟ କୋହଲି ଏହି ବର୍ଷ ସର୍ବାଧିକ ରନ୍ କରିଥିବା ଶ୍ରେଷ୍ଠ ୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି।
ଶ୍ରେଷ୍ଠ ୧୦ ଜଣ ବ୍ୟାଟସମ୍ୟାନ୍
ଶୁଭମନ ଗିଲ (ଭାରତ) – ୯୩୨
ବେନ୍ ଡକେଟ୍ (ଇଂଲଣ୍ଡ) – ୭୩୭
ପବନ ରଥନାୟକ (ଶ୍ରୀଲଙ୍କା) - ୬୯୨
ଜୋ ରୁଟ୍ (ଇଂଲଣ୍ଡ) - ୬୮୦
ଏମଜି ଇରାସମସ୍ (ନାମ୍ବିଆ) - 662
ଜେଏନ ଫ୍ରାଏଲିଙ୍କ (ନାମ୍ବିଆ) – ୬୬୧
ଜତିନ୍ଦର ସିଂହ (ଓମାନ) – ୬୫୮
ଏଲ୍. ଷ୍ଟିନକାମ୍ପ (ନାମ୍ବିଆ) - 648
ଡିଏସ୍ ଏରି (ନେପାଳ) – ୬୩୭
ବିରାଟ କୋହଲି (ଭାରତ) – ୬୨୬