ନୂଆଦିଲ୍ଲୀ: ମହିଳା ବିଶ୍ୱ ଚାମ୍ପିଅନସିପରେ ଭାରତକୁ ହରାଇଛି ଭାରତ । ଜର୍ଜିଆର ବତୁମୀରେ ଖେଳା ଯାଇଥିବା ଫିଡା ଚେସ୍ ବିଶ୍ୱ କପରେ ଦିବ୍ୟା ଦେଶମୁଖ ବିଜେତା ହୋଇଛି । ସେ ଟାଏ ବ୍ରେକର ରାଉଣ୍ଡରେ ଭାରତର ଅନ୍ୟତମ ଚେସ୍ ତାରକା କୋନେରୁ ହମ୍ପିଙ୍କୁ ପରାସ୍ତ କରିଛନ୍ତି । ପ୍ରଥମ ଭାରତୀୟ ମହିଳା ଭାବେ ଚେସ୍ ବିଶ୍ୱ କପ୍ ବିଜେତା ହେବାରେ ଦିବ୍ୟା ଏହି ଗୌରବ ଅର୍ଜନ କରିଛନ୍ତି ।
୧୯ ବର୍ଷିୟା ଦିବ୍ୟା ଏବଂ ୩୯ ବର୍ଷିୟା ହମ୍ପିଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଲଗାତର ଦୁଇ ଦିନ ମ୍ୟାଚ ଡ୍ର ରହିଥିଲା । ସୋମବାର ରାପିଡ୍ ଟାଏ ବ୍ରେକ ପାଇଁ ଉଭୟ ସହମତି ପ୍ରକାଶ କରିଥିଲେ । ଟାଏ ବ୍ରେକର୍ ରାଉଣ୍ଡରେ ଦିବ୍ୟା ହମ୍ପିଙ୍କୁ ହରାଇବାରେ ସଫଳ ହୋଇଥିଲେ । ଭାରତର ୧ ନମ୍ବର ଡିଫେଣ୍ଡିଂ ଚାମ୍ପିଅନ କୋନେରୁ ହମ୍ପିଙ୍କୁ ପରାସ୍ତ କରିଛନ୍ତି ।
ବିଶ୍ୱ ବିଜେତା ହେବା ସହିତ ଦିବ୍ୟା ଆନୁଷ୍ଠାନିକ ଭାବରେ ସମ୍ମାନଜନକ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ ମଧ୍ୟ କରିଛନ୍ତି । ଗ୍ରାଣ୍ଡମାଷ୍ଟର ହାସଲ କରିବାରେ ଚତୁର୍ଥ ଭାରତୀୟ ମହିଳା ଏବଂ ସାମଗ୍ରିକ ଭାବରେ ୮୮ତମ ଭାରତୀୟ ହୋଇଛନ୍ତି ।