ଆଇପିଏଲ ୨୦୨୩ ର ବିଜେତା ଓ ଉପ-ବିଜେତା ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ । ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।ଚଳିତ ବର୍ଷ ଦୁଇ ଦଳ ନିଜର ଦ୍ଵିତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଚେନ୍ନାଇ ପ୍ରଥମ ମ୍ୟାଚ ବାଙ୍ଗାଲୋର ଵିପକ୍ଷେରେ ଜିତିଥିବାବେଳେ, ଗୁଜୁରାଟ ପ୍ରଥମ ମ୍ୟାଚ ମୁମ୍ବାଇ ବିପକ୍ଷରେ ଜିତିଛି । ପୂର୍ବରୁ ଦୁଇ ଦଳ ୫ ଥର ଭେଟିଥିବାବେଳେ ଚେନ୍ନାଇ ୨ ଥର ଓ ଗୁଜୁରାଟ ୩ ଥର ବିଜୟ ହାସଲ କରିଛି । ଆଜି ସନ୍ଧ୍ୟା ୭.୩୦ ରେ ମ୍ୟାଚ ଆରମ୍ଭ ହେବ, ଏହା ସହ ସନ୍ଧ୍ୟା ୭ ଟାରେ ଟସ ହେବାର ଅଛି ।
ଗୁଜୁରାଟ ଟାଇଟନ୍ସ ସମ୍ଭାବ୍ୟ ୧୧ :- ଶୁଭମନ ଗିଲ (ଅଧିନାୟକ), ରୀଦ୍ଧିମାନ ସାହା, ସାଇ ସୁଦର୍ଶନ, ଅଯ଼ମାତୁଲ୍ଲାହ ଓମରଜାଈ, ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱତୀଆ, ରାଶିଦ ଖାନ, ସାଇ କିଶୋର, ଉମେଶ ଯାଦବ, ସ୍ପେନସର ଜନସନ (ଇମ୍ପ୍ୟାକ୍ଟ ଖେଳାଳି - ମୋହିତ ଶର୍ମା)
ଚେନ୍ନାଇ ସୁପର କିଙ୍ଗ୍ସ ସମ୍ଭାବ୍ୟ ୧୧ :- ରଚିନ ରବୀନ୍ଦ୍ର, ଋତୁରାଜ ଗାଇକୱାଡ (ଅଧିନାୟକ), ଅଜୀଙ୍କ୳୲ ରାହାଣେ, ଡ୍ୟାରିଲ ମିଚିଲ, ସମୀର ଋଜ଼ବି, ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମହେଶ ଥିକସନା, ମୁସ୍ତାଫିଯୁର ରହମାନ (ଇମ୍ପ୍ୟାକ୍ଟ ଖେଳାଳି - ଶିବମ ଦୁବେ )
ଅଧିକ ପଢନ୍ତୁ : ନଭେମ୍ବରରୁ ଆରମ୍ଭ ହେବ ବର୍ଡ଼ର-ଗାଭାସ୍କର ଟ୍ରଫି