ରେକର୍ଡ ୨୦ ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ପରେ ସେ ଆଧୁନିକ ଯୁଗର ଶ୍ରେଷ୍ଠ ଖେଳାଳି ବୋଲି ଦାବି କଲେ ନୋଭାକ ଜୋକୋଭିକ୍
Khabar Odisha:WIMBLEDON-2021-Wimbledon-2021-I-believe-Im-the-best-says-Novak-Djokovic-after-matching-Roger-Federer-and-Rafa-Nadal

ନୁଆଦିଲ୍ଲୀ/ଇଲଂଣ୍ଡ, ଜୁଲାଇ ୦୯(ଖବର ଓଡ଼ିଶା):ୱିମ୍ବଲଡନ୍ ଫାଇନାଲରେ ଇଟାଲୀର ମ୍ୟାଟେଓ ବେରେଟ୍ଟିନିଙ୍କୁ ପରାସ୍ତ କରି ରେକର୍ଡ ସହ ସମାନ ୨୦ ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଦାବି କରିବା ପରେ ନୋଭାକ ଜୋକୋଭିକ୍  ଆଧୁନିକ ଯୁଗର ଶ୍ରେଷ୍ଠ ଖେଳାଳି ଅଟନ୍ତି ବୋଲି କହିଛନ୍ତି । ସେ ଗତ ମାସରେ ଜିତିଥିବା ଦ୍ୱିତୀୟ ଫ୍ରେଞ୍ଚ ଓପନ୍ ଏବଂ ଫେବୃଆରୀରେ ଅର୍ଜନ କରିଥିବା ନବମ ଅଷ୍ଟ୍ରେଲିୟ ମୁକୁଟରେ ଷଷ୍ଠ ୱିମ୍ବଲଡନ୍ ଟାଇଟଲ୍ ଯୋଡିଛନ୍ତି ତେଣୁ ଏହା ତାଙ୍କ ପାଇଁ ଏକ ଶ୍ରେଷ୍ଠ ବର୍ଷ ଭାବରେ ଉଭା ହୋଇଛି। ଯାହା ତାଙ୍କୁ ରୋଜର ଫେଡେରର ଏବଂ ରାଫା ନାଡାଲଙ୍କ ସହିତ ପୁରୁଷ ଗ୍ରାଣ୍ଡସ୍ଲାମ ବିଜେତା ତାଲିକାର ଶୀର୍ଷରେ ଥିବା ଖେଳାଳିଙ୍କ ସହିତ ପହଞ୍ଚାଇଛି।


ତେବେ ଏହି ବିଜୟ ପରେ ସେ କହିଛନ୍ତନ୍ତି ଯେ “ମୁଁ ନିଜକୁ ଶ୍ରେଷ୍ଠ ମନେ କରେ ଏବଂ ମୁଁ ବିଶ୍ୱାସ କରେ ଯେ ମୁଁ ଶ୍ରେଷ୍ଠ, ନଚେତ୍ ମୁଁ ସ୍ଲାମ୍ ଜିତିବା ଏବଂ ଇତିହାସ ସୃଷ୍ଟି କରିବା ବିଷୟରେ ଆତ୍ମବିଶ୍ୱାସରେ କଥାବାର୍ତ୍ତା କରିବି ନାହିଁ,” ଜୋକୋଭିକ୍, ଯିଏ ୬-୭ (୪), ୬- ୪, ୬-୩ ଜିତିବା ପାଇଁ ବେରେଟିନିଙ୍କ ବିରୁଦ୍ଧରେ ଚମତ୍କାର ପ୍ରଦର୍ଶନ କରିଥିଲେ। 

ଏହ ସହ ସେ କହିଛନ୍ତି କିନ୍ତୁ ମୁଁ ସବୁ ସମୟର ଶ୍ରେଷ୍ଠ କି ନୁହେଁ, ମୁଁ ସେହି ବିତର୍କକୁ ଅନ୍ୟ ଲୋକଙ୍କ ଉପରେ ଛାଡି ଦେଉଛି। ମୁଁ ଏହା ପୂର୍ବରୁ କହିଥିଲି ଯେ ଟେନିସର ଯୁଗ ତୁଳନା କରିବା ଅତ୍ୟନ୍ତ କଷ୍ଟକର।  ଆମର ଭିନ୍ନ ଭିନ୍ନ ର୍ୟକେଟ୍, ଟେକ୍ନୋଲୋଜି, ବଲ୍, କୋର୍ଟ ଅଛି।  ଏହା ସମ୍ପୂର୍ଣ୍ଣ ଭିନ୍ନ ସର୍ତ୍ତ ଯାହା ଆମେ ଖେଳୁଛୁ, ତେଣୁ ୫୦ ବର୍ଷ ପୂର୍ବେ ଆଜି ପର୍ୟ୍ୟନ୍ତ ଟେନିସ୍ ତୁଳନା କରିବା ଅତ୍ୟନ୍ତ କଷ୍ଟକର ବୋଲି ସେ କହିଥିଲେ। 

  • Tags:

Subscribe

National International State Sports Entertainment