ବିରାଟଙ୍କ ଅନୁପସ୍ଥିତି ଭାରତୀୟ ଦଳ ଉପରେ ପ୍ରଭାବ ପଡିବ- ଜଷ୍ଟିନ ଲାଙ୍ଗର
Khabar Odisha:Virats-absence-will-have-an-impact-on-the-Indian-team---Justin-Langer
ସିଡନୀ, ନଭେମ୍ବର ୧୩ (ଖବର ଓଡ଼ିଶା):

ଆଗାମୀ ଅଷ୍ଟ୍ରେଲିଆ ସିରିଜ ପାଇଁ ବିରାଟ କୋହଲିଙ୍କ ନେତୃତ୍ୱରେ ଭରତୀୟ ଦଳ ଅଷ୍ଟ୍ରେଲିଆରେ ପଂହଚି ସାରିଛି । ଏହି ଗସ୍ତରେ ଭାରତୀୟ ଦଳ ତିନୋଟି ଏକଦିବସୀୟ ମ୍ୟାଚ, ତିନୋଟି ଟି-ଟ୍ୱେଣ୍ଟି ମ୍ୟାଚ ଏବଂ ଚାରୋଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହି ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ । ତେବେ ପତ୍ନୀ ଅନୁଷ୍କା ଶର୍ମା ଗର୍ଭବତୀ ଥିବାରୁ ବିରାଟ ଏକଦିବସୀୟ , ଟି-ଟ୍ୱେଣ୍ଟି ସିରିଜ ଏବଂ କେବଳ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । ତେବେ ବିରାଟଙ୍କ ଅନୁପସ୍ଥିତି ଭାରତୀୟ ଦଳ ଉପରେ ପ୍ରଭାବ ପଡିବ ବୋଲି ଅଷ୍ଟ୍ରେଲିଆର କୋଚ ଜଷ୍ଟିନ ଲାଙ୍ଗର କହିଛନ୍ତି । ଲାଙ୍ଗରଙ୍କ ମତରେ ବିରାଟ କୋହଲି ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟସମାନ । ଜଣେ ଅଧିନାୟକ ଭାବେ ସେ ସବୁବେଳେ ଆଗ୍ରେସିଭ ରହିଥାନ୍ତି ଏବଂ ନିଜର ଖେଳାଳିମାନଙ୍କୁ ସଦାବେଳେ ଉତ୍ସାହିତ କରିଥାନ୍ତି । ତାଙ୍କ ଅନୁପସ୍ଥିତି ଆଗାମୀ ଟେଷ୍ଟ ସିରିଜରେ ଭାରତୀୟ ଖେଳାଳିଙ୍କ ଉପରେ ପ୍ରଭାବ ପକାଇବ ।

  • Tags:

Subscribe

National International State Sports Entertainment