ଦକ୍ଷିଣ ଆଫ୍ରିକା ଆହାତ କାରଣରୁ ଦ୍ୱୀତିୟ ଟେଷ୍ଟ ମ୍ୟାଚ୍ରେ କୋହଲିଙ୍କୁ ବିଶ୍ରାମ, ରାହୁଲ ନେଉଛନ୍ତି ଦଳର ନେତୃତ୍ୱ ନୁଆଦିଲ୍ଲୀ, ଜାନୁଆରୀ ୦୩(ଖବର ଓଡ଼ିଶା): Share story: ଜୋହାନ୍ସବର୍ଗରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଆରମ୍ଭ ହୋଇଥିବା ଦ୍ୱୀତିୟ ଟେଷ୍ଟ ମ୍ୟାଚ୍ରୁ ଆହାତ କାରଣରୁ ବାଦ୍ ପଡିଛନ୍ତି ଭାରତୀୟ ଦଳର ଟେଷ୍ଟ ଅଧିନାୟକ ବିରାଟ କୋହଲି । ବିରାଟ୍ଙ୍କ ସ୍ଥାନରେ କେଏଲ୍ ରାହୁଲ ଦଳର ନେତୃତ୍ୱ ନେଉଛନ୍ତି । ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି । ଦ୍ୱୀତିୟ ମ୍ୟାଚ୍ ବିଜୟ କରି ଭାରତ ସିରିଜ ବିଜୟ କରିବାକୁ ଚେଷ୍ଟା କରିବ। ଟସ୍ ଅବସରରେ କେଏଲ୍ ରାହୁଲ କହିଛନ୍ତି ଯେ “ଦୁର୍ଭାଗ୍ୟବଶତଃ ବିରାଟଙ୍କର ଉପର ବ୍ୟାକ ସ୍ପାମ୍ ଅଛି ଏବଂ ଆଶା କରୁଛି ସେ ପରବର୍ତ୍ତୀ ଟେଷ୍ଟ ପାଇଁ ସୁସ୍ଥ ହୋଇଯିବେ। ତେବେ ରାହୁଲ ପ୍ରଥମ ଥର ପାଇଁ କୌଣସି ଫର୍ମାଟ୍ରେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ସେ ରୋହିତ ଶର୍ମାଙ୍କ ହାମଷ୍ଟ୍ରିଂ ଆଘାତରୁ ମୁକ୍ତି ପାଇବାରେ ବିଫଳ ହେବା ପରେ ଜାନୁଆରୀ ୧୯ ତାରିଖରୁ ପାର୍ଲରେ ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ସେ ଦିନିକିଆ ଦଳର ନେତୃତ୍ୱ ନେବେ। ଋାହୁଲ ପ୍ରଥମ ଥର ଅଧିନାୟକତ୍ୱ କରିବ ଅବସରରେ କହିଛନ୍ତି, "ତାଙ୍କ ଦେଶର ଅଧିନାୟକତ୍ୱ କରିବା ପ୍ରତ୍ୟେକ ଭାରତୀୟ ଖେଳାଳିଙ୍କ ସ୍ୱପ୍ନ। ସେ ଏହି ସୁଯୋଗ ପାଇ ଗର୍ବ କରିବା ସହିତ ଏହି ଆହ୍ୱାନକୁ ସୁଚାରୁ ରୁପେ ତୁଲାଇବେ ବୋଲି କହିଛନ୍ତି। ରାହୁଲ ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି। କୋହଲିଙ୍କ ଅନୁପସ୍ଥିତି ହନୁମା ବିହାରୀଙ୍କୁ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ମିଳିଛି। ସେ ଗତ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ଇଣ୍ଡିଆ ଏ ପାଇଁ ତିନୋଟି ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ପୂର୍ବରୁ ସେଞ୍ଚୁରିଅନରେ ପ୍ରଥମ ଏସୀୟ ଦଳ ଭାବରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରିଥିଲା। ୧-୦ ସିରିଜ୍ ଅଗ୍ରଣୀ ଥିବା ଭାରତ ଦ୍ୱିତୀୟ ମ୍ୟାଚ୍ ବିଜୟ କରି ସିରିଜ ହାସଲ କରିବାକୁ ଚାହିଁବ। ଖବର ଓଡ଼ିଶା, Reporter, 03/01/2022