୧୦ ବର୍ଷ କ୍ରିକେଟ କ୍ୟାରିୟରେ ବିରାଟ ଯାହା ହାସଲ କରିଛନ୍ତି ତାହା ଅତୁଳନୀୟ; କରୁଣ ନାୟାର
Khabar Odisha:Virat-Kohli-is-the-best-cricketer-in-the-world-Karun-Nair
ଚେନ୍ନାଇ, ଜୁନ ୨୭ (ଖବର ଓଡିଶା);

 ମର୍ଡନ ଡେ କ୍ରିକେଟରେ ଏବେ ବିରାଟ କୋହଲିଙ୍କ ଜମାନା ଚାଲିଛି । କ୍ରିକେଟର ତିନୋଟି ଯାକ ଫର୍ମାଟରେ ବିରାଟ କୋହଲି ବହୁ ଉଚ୍ଚକୋଟୀର ପ୍ରଦର୍ଶନ ଜାରି ରଖିଛନ୍ତି । ସେଥିପାଇଁ ଏବେ ବିଶ୍ୱର ଏକମାତ୍ର ଖେଳାଳି ଭାବେ ବିରାଟ ତିନୋଟି ଫର୍ମାଉଟରେ ୫୦ରୁ ଅଧିକ ଆଭରେଜରେ ବ୍ୟାଟିଙ୍ଗ କରୁଛନ୍ତି । ଏହାସହ ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି ବିରାଟ । ତେବେ ବିରାଟ କୋହଲି ୧୦ ବର୍ଷ କ୍ରିକେଟ ଖେଳିବା ମଧ୍ୟରେ ଯାହା ହାସଲ କରିଛନ୍ତି ତାହା ହାସଲ କରିବା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି ଭାରତୀୟ କ୍ରିକେଟର କରୁଣ ନାୟାର । କରୁଣ ନାୟାର ଯିଏ କି ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେଭାଗଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରିଛନ୍ତି ।



ଖାଲି ସେତିକି ନୁହେଁ ପର୍ତ୍ତୁଗାଲ ତଥା ରିଏଲ ମାଦ୍ରିଦ କ୍ଲବର ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲଡୋଙ୍କ ମଧ୍ୟ ପ୍ରଂଶସା କରିଛନ୍ତି ଏହି ୨୮ ବର୍ଷୀୟ କର୍ଣ୍ଣାଟକ ବ୍ୟାସଟମାନ । ଜଣେ ସାଧାରଣ ଖେଳାଳିରୁ ରୋନାଲଡୋ ବହୁ କଠିନ ପରିଶ୍ରମ କରିବା ଦ୍ୱାରା ଆଜି ବିଶ୍ୱର ଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଜଣେ ହୋଇ ପାରିଛନ୍ତି ବୋଲି ଏକ ଘରୋଇ ୟୁଟୁବ ଚ୍ୟାନେଲକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି କରୁଣ ।


ସେହିପରି କ୍ରିକେଟ କଥା ଦେଖିଲେ ବିରାଟ କୋହଲି ଏବେ ବିଶ୍ୱର ଶ୍ରେଷ୍ଠ ଖେଳାଳି ଏବଂ ବହୁ ଯୁବ ଖେଳାଳିଙ୍କ ପାଇଁ ବିରାଟ ଏବେ ରୋଲ ମଡେଲ ବୋଲି କହିଛନ୍ତି କରୁଣ ନାୟାର । ବର୍ତ୍ତମାନ ସୁଦ୍ଧା କରୁଣ ନାୟାର ଭାରତ ପକ୍ଷରୁ ୬ଟି ଟେଷ୍ଟ ଏବଂ ୨ଟି ଦିନିକିଆ ଖେଳିସାରିଛନ୍ତି ।

  • Tags:

Subscribe

National International State Sports Entertainment