ନୂଆଦିଲ୍ଲୀ: ପ୍ୟାରିସରୁ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଭାରତର ପିସ୍ତଲ ଶୁଟର ମନୁ ଭାକର ଏବେ ଅଲିମ୍ପିକ୍ସରେ ଅନେକ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ୨୨ ବର୍ଷୀୟ ମନୁ ସ୍ୱାଧୀନତା ପରେ ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି। ସେ ସରବଜୋତଙ୍କ ସହ ମହିଳା ୧୦ ମିଟର ଏୟାର ପିସ୍ତଲ ଏବଂ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳରେ କାଂସ୍ୟ ପଦକ ଜିତିଛନ୍ତି।
ମନୁ ୨୫ ମିଟର ପିସ୍ତଲରେ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନରେ ରହିଥିଲେ। ଆମେ ସମସ୍ତେ ପଦକ ଜିତିବା ପାଇଁ କଠିନ ପରିଶ୍ରମ କରୁଛୁ କିନ୍ତୁ ଭବିଷ୍ୟତରେ ଯଦି ମୁଁ ଗୋଟିଏ ଅଲିମ୍ପିକ୍ସରେ ଦୁଇଟିରୁ ଅଧିକ ପଦକ ଜିତିପାରିବି ତେବେ ଏହା ଆଶ୍ଚର୍ଯ୍ୟଜନକ ହେବ। କଠିନ ପରିଶ୍ରମ କରି ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି। ଭବିଷ୍ୟତରେ ଭାରତ ପାଇଁ ଅଧିକ ଅଲିମ୍ପିକ୍ ପଦକ ଜିତିବାକୁ ଲକ୍ଷ୍ୟ ରଖିଛି।
ଉଦ୍ଯାପନୀ ସମାରୋହରେ ମନୁ ଓ ଅଭିଜ୍ଞ ଭାରତୀୟ ପୁରୁଷ ହକି ଟିମ୍ର ଗୋଲରକ୍ଷକ ପିଆର ଶ୍ରୀଜେଶ ଭାରତ ପାଇଁ ଧ୍ବଜାବାହକ ଥିଲେ। "ଏହା ଜୀବନରେ ଥରେ ଏକ ଅନୁଭୂତି ଥିଲା। ମୁଁ ଏଥିପାଇଁ କୃତଜ୍ଞ ଏବଂ ସାରା ଜୀବନ ଏହାକୁ ମନେ ରଖିବି। ଶ୍ରୀଜେଶ ଭାଇଙ୍କ ସହ ମୋର ବହୁତ ଭଲ ସମ୍ପର୍କ ରହିଛି। ମୁଁ ତାଙ୍କୁ ପିଲାଦିନରୁ ଜାଣିଛି। ସେ ବହୁତ ବନ୍ଧୁତ୍ୱପୂର୍ଣ୍ଣ, ସାହାଯ୍ୟକାରୀ ଏବଂ ନମ୍ର ଅଟନ୍ତି। ସମାପନୀ ସମାରୋହରେ ସେ ମୋ ପାଇଁ ଏହି କାମକୁ ବହୁତ ସହଜ କରିଦେଇଥିଲେ ବୋଲି ମନୁ କହିଛନ୍ତି।
ମନୁଙ୍କ ମା' ସୁମେଧା କହିଛନ୍ତି, ସମସ୍ତ ଖେଳାଳିଙ୍କ ପାଇଁ ମୁଁ ବହୁତ ଖୁସି। ପ୍ୟାରିସରେ ହକି ଦଳ, ଅମନ ସେହରାଓ୍ଵତ ଓ ନୀରଜ ଚୋପ୍ରାଙ୍କୁ ଭେଟିଥିଲି। ଆଶା କରୁଛି ଏହି କ୍ରୀଡ଼ାବିତ୍ମାନେ ଅଧିକ ପଦକ ଜିତି ଭବିଷ୍ୟତରେ ନିଜ ମା' ଓ ଦେଶକୁ ଗର୍ବିତ କରିବା ଜାରି ରଖିବେ।
ମନୁ ଭାକର ଅକ୍ଟୋବର ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ହେବାକୁ ଥିବା ସୁଟିଂ ବିଶ୍ୱକପ୍ରୁ ବଞ୍ଚିତ ହୋଇପାରନ୍ତି। କାରଣ ସେ ତିନି ମାସର ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ୩ ମାସର ବିରତି ନେଉଥିବାରୁ ସେ ଅକ୍ଟୋବରରେ ବିଶ୍ୱକପ୍ ଖେଳିବେ କି ନାହିଁ ତାହା ଜଣାପଡ଼ି ନାହିଁ। ସେ ଦୀର୍ଘ ଦିନ ଧରି କଠିନ ଅଭ୍ୟାସ କରୁଛନ୍ତି। ତେଣୁ ଏହା ଏକ ସ୍ୱାଭାବିକ ବିରତି। ବିରତି ପରେ ସେ ୨୦୨୬ ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତ ହେବେ।