ଫିଟ ଇଣ୍ଡିଆ ଫ୍ରିଡ଼ମ ଦୌଡ଼ ଆୟୋଜିତ, ଦୌଡରେ ଭାଗନେଲେ ଅନେକ ଜାତୀୟ ଓ ରାଜ୍ୟସ୍ତରର କ୍ରୀଡ଼ାବିତ
Khabar Odisha:The-Fit-India-Freedom-Race-was-organized-with-many-national-and-state-level-athletes-participating-in-the-race
ରାଉରକେଲା, ସେପ୍ଟେମ୍ବର ୧୩ (ଖବର ଓଡ଼ିଶା):

ରାଉରକେଲାର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ପାନପୋଷ କ୍ରୀଡା ସଂଘଟନ ଓ କ୍ରୀଡା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଏକ ଫିଟ ଇଣ୍ଡିଆ ଫ୍ରିଡ଼ମ ଦୌଡ଼ ଆୟୋଜିତ ହୋଇଯାଇଛି। ଆଜି ସ୍ଥାନୀୟ ସେକ୍ଟର-୧୪ସ୍ଥିତ ରିଙ୍ଗ ରୋଡ଼ ଛକରୁ ସେକ୍ଟର ୧୩ ସ୍ପେସ ଛକ ପର୍ଯ୍ୟନ୍ତ ୩ କି.ମି ବ୍ୟାପି ଏକ ଫିଟ ଇଣ୍ଡିଆ ଫ୍ରିଡମ ଦୌଡ଼ ଆୟୋଜିତ ହୋଇଯାଇଛି । ସେଥିରେ ରାଉରକେଲାର ଅନେକ ଜାତୀୟ ଓ ରାଜ୍ୟସ୍ତରର କ୍ରୀଡ଼ାବିତ ବିଭିନ୍ନ ପ୍ରକାରର ସ୍ଲୋଗାନ ଫ୍ଲାକ ଆର୍ଡ ମାନଧରି ଦୌଡ଼ି ଥିଲେ।

ଏଥିରେ ଆନ୍ତର୍ଜାତୀୟ କବାଡି ରେଫ୍ରି  ଅରବିନ୍ଦ ପାତ୍ର , ବରିଷ୍ଟ ହକି କୋଚ୍ ଅମୂଲ୍ୟ ନନ୍ଦ ବିହାରୀ ଓ ଆନ୍ତର୍ଜାତିକ ମହିଳା ହକି ଖେଳାଳୀ ଆଜମିନା କୁଜୁର ପ୍ରଭୃତି ଅତିଥି ରୂପେ ଉପସ୍ଥିତ ରହି ନିଜେ ସୁସ୍ଥ ରହିବା, ପରିବାରକୁ ସୁସ୍ଥ ରଖିବା, ସମାଜକୁ କିପରି ସୁସ୍ଥ ରଖିବା ଓ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ଅଗ୍ରଗତି କରିବାରେ ସହଯୋଗ କରିଥିଲେ ।

ଓଡ଼ିଶାର ପ୍ରଥମ ବେସରକାରୀ ସଂଘଟନ ହିସାବରେ ଏହି ଦୁଇ ସଂଘଟନ କୋଭିଡ ନିୟମକୁ ମାନି ଏଭଳି ଏକ ଦୌଡ଼ ମାଧ୍ୟମରେ ଯୁବ ସମାଜକୁ ନୂତନ ଦିଗଦର୍ଶନ ଦେବାର ପ୍ରୟାସକୁ ପ୍ରଶଂସା କରିବା ସହିତ ସଂଘଟନର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି ଦୌଡ଼ କାର୍ଯ୍ୟକ୍ରମକୁ ଦୁଇ ସଂଘଟନର ମହେନ୍ଦ୍ର ମିଶ୍ର ଓ ଜେମ୍ସ କୁଜୁର ପରିଚାଳନା କରିଥିଲେ। ସେହିଭଳି ସହରର ଭେଟ୍ରାନ ହକି ଆସୋସିଏସନ,ରାଉରକେଲା ରୁରାଲ ସ୍ପୋର୍ଟସ ଆସୋସିଏସନ ଓ ପୁମାସ ଇଣ୍ଟର ନେସନାଲ ସଂଘଟନର ଖେଳାଳିମାନେ ମଧ୍ୟ ଏହି ଫିଟ ଇଣ୍ଡିଆ ଦୌଡ଼ ରେ ସାମିଲ ହୋଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବାର୍ଥଲୋମି କେର୍କେଟା, ଵିକ୍ରମ ସ୍ୱାଇଁ, ବିଶ୍ୱାସ ଭେଙ୍ଗରା,, ଅଶୋକ ରାଉତ,ଦୁଷ୍ମନ୍ତ ବେହେରା,ମିନତୀ ପାତ୍ର, ଜେର୍ମାନ ଲାକ୍ରା, ସଂଜୀବ ଖାଲକୋ,ବରନାର୍ଡ ଲାକ୍ରା, ସତ୍ୟନାରାୟଣ ପଣ୍ଡା, ପ୍ରଦୀପ କୁମାର ପଣ୍ଡା, ଗୋପୀନାଥ ପଣ୍ଡା, ସୃଜନ ରଥ,କେଶବ ସ୍ୱାଇଁ ଓ ରାଜନ ଏକା ପ୍ରମୁଖ ଉପସ୍ଥିତ ରହି ଏଜ ସୁସ୍ଥ ସମାଜ ଗଠନ କରିବା ଓ ବିକଶିତ ରାଷ୍ଟ୍ର ଗଠନ କରାଇବା ଉଦ୍ଦେଶ୍ୟରେ ହୋଇଥିବା ଏହି ଦୌଡ଼କୁ ସଫଳ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

  • Tags:

Subscribe

National International State Sports Entertainment