ହୋବାର୍ଟ: ତୃତୀୟ ଟି-୨୦ରେ ଭାରତ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମ୍ ଡେଭିଡଙ୍କ ୭୪ ରନ ଓ ମାର୍କସ ଷ୍ଟୋଇନିସଙ୍କ ୬୪ ରନ ବଳରେ ୧୮୬ ରନ କରିଥିଲା । ଜବାବରେ ଟିମ୍ ଇଣ୍ଡିଆ ୯ ବଲ ବାକି ଥାଇ ମ୍ୟାଚ୍ ଜିତି ନେଇଛି। ହୋବାର୍ଟର ବେଲେରିଭ ଷ୍ଟାଡିୟମରେ ଟି-୨୦ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବାରେ ଭାରତ ପ୍ରଥମ ଦେଶ ହୋଇଛି। ୱାଶିଂଟନ ସୁନ୍ଦର ଅପରାଜିତ ୪୯ ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। । ସିରିଜର ଚତୁର୍ଥ ମ୍ୟାଚ୍ ଗୁରୁବାର ନଭେମ୍ବର ୬ରେ ଗୋଲ୍ଡ କୋଷ୍ଟରେ ଖେଳାଯିବ।
୧୮୭ ରନର ବିଜୟ ଲକ୍ଷ୍ୟ ପିଛା କରିବା ସମୟରେ ଅଭିଷେକ ଶର୍ମା ପୁଣି ଥରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ହେଁ ୨୫ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ ନିଜର ଖରାପ ଫର୍ମ ଜାରି ରଖି ମାତ୍ର ୧୫ ରନ କରି ପାଭିଲିୟନ ଫେରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ୧୧ ବଲରୁ ୨୪ ରନ କରିଥିଲେ। କିନ୍ତୁ ସେ ଏହାକୁ ଏକ ବଡ଼ ଇନିଂସରେ ପରିଣତ କରିପାରି ନ ଥିଲେ । ତିଲକ ବର୍ମାଙ୍କୁ ପୁଣି ଥରେ ୪ ନମ୍ବରରେ ବ୍ୟାଟିଂ କରି ୨୯ ରନ କରିଥିଲେ। ଅକ୍ଷର ପଟେଲ ମଧ୍ୟ ୧୭ ରନ କରିଥିଲେ ହେଁ ବଡ଼ ସ୍କୋର କରି ପାରି ନ ଥିଲେ।
ୱାଶିଂଟନ ସୁନ୍ଦର ବ୍ୟାଟିଂ କରିବାକୁ ଆସିବା ସମୟରେ ଭାରତ ୧୧୧ ରନରେ ଚାରିଟି ୱିକେଟ ହରାଇଥିଲା। ସେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ, ୨୩ ବଲରୁ ୪୯ ରନ କରିଥିଲେ। ଅନ୍ୟ ପଟେ, ଜିତେଶ ଶର୍ମା ୨୨ ରନ କରି ଅପରାଜିତ ରହିଥିଲେ। ଉଭୟଙ୍କ ମଧ୍ୟରେ ଅପରାଜିତ ୪୩ ରନର ଭାଗୀଦାରି ହୋଇ ଭାରତର ବିଜୟ ସୁନିଶ୍ଚିତ କରିଥିଲା। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ବର୍ତ୍ତମାନ ତିନୋଟି ମ୍ୟାଚ୍ ଖେଳ ସରିଛି। ଭାରତ ଏବଂ ଅଷ୍ଟ୍ରେଲିଆ ଗୋଟିଏ ଲେଖାଏଁ ଜିତି ସିରିଜ୍ ୧-୧ରେ ବରାବର ରହିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଦଳ ପକ୍ଷରୁ ଟିମ୍ ଡେଭିଡ ୩୮ ବଲରୁ ୮ ଚୌକା ଓ ୫ ଛକା ସହ ୭୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହ ମାର୍କ ଷ୍ଟୋଇନିସ ୩୯ ବଲରୁ ୮ ଚୌକା ଓ ୨ ଛକା ସହ ୬୪ ରନ ଦମଦାର ଇନିଂସ ଖେଳିଥିଲେ। ମାଥ୍ୟୁ ସର୍ଟ ୧୫ ବଲରୁ ୨୬ ରନ କରି ଅପରାଜିତ ଥିଲେ। ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଓ୍ଵିକେଟ୍ ନେଇଥିଲେ।