ଅହମ୍ମଦାବାଦ, ଜାନୁଆରୀ 23 (ଖବର ଓଡ଼ିଶା):
ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟି -ଟ୍ୱେଣ୍ଟିର ନକଆଉଟ ମ୍ୟାଚ ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେବ । ତେବେ ଏହି ମ୍ୟାଚ ପୂର୍ବରୁ ନକ ଆଉଟରେ ପହଂଚି ଥିବା ଆଠୋଟି ଯାକ ଦଳର ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ କରୋନା ନେଗେଟିଭ ଚି଼ହ୍ନଟ ହୋଇଛନ୍ତି. ସମସ୍ତେ କରୋନା ନେଗେଟିଭ ଚିହ୍ନଟ ହୋଇଥିବାର ଗୁଜୁରାଟ କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ସମସ୍ତେ କ୍ୱାରେଣ୍ଟାଇନରେ ରହିଛନ୍ତି । ନକ ଆଉଟରେ ପହଂଚିଥିବା ଦଳ ଗୁଡିକ ହେଲା - ବରୋଦା,କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, ହିମାଞ୍ଚଳ ପ୍ରଦେଶ, ହରିୟାଣା, ବିହାର ଏବଂ ରାଜସ୍ଥାନ. ଏହି ମ୍ୟାଚ ଜାନୁଆରୀ ୩୧ ଯାଏ ଅହମ୍ମଦାବାଦର ମୋଟେରା ଷ୍ଟାଡିଅମରେ ଅନୁଷ୍ଠିତ ହେବ ।