ଭାରତୀୟ ଦଳରେ ଯୋଗ ଦେବାକୁ ସୂର୍ଯ୍ୟ କୁମାର ବ୍ୟଗ୍ର
Khabar Odisha:Surya-Kumar-is-anxious-to-join-Indian-team
ମୁମ୍ବାଇ, ଫେବୃଆରୀ ୨୩ (ଖବର ଓଡ଼ିଶା):

ଭାରତ-ଇଂଲଣ୍ଡ ଟି-୨୦ ସିରିଜ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ମୁମ୍ବାଇର ଷ୍ଟାର ବ୍ୟାଟସମାନ ସୂର୍ଯ୍ୟ କୁମାର ଯାଦବ । ବିଗତ କିଛି ଘରୋଇ ସିଜିନରେ ଏବଂ ଆଇପିଏଲରେ ଭଲ ପ୍ରର୍ଦଶନ କରି ଆସୁଥିବା ସୂର୍ଯ୍ୟାଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ତେବେ ଭାରତୀୟ ଦଳରେ ଯୋଗ ଦେଇ ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ରୋହିତ ଶର୍ମାଙ୍କ ଠାରୁ ବହୁତ କିଛି ଶିଖିବାକୁ ଆଶା କରିଛନ୍ତି ସୂର୍ଯ୍ୟକୁମାର । ଏହା ସହ ସମସ୍ତ ଭାରତୀୟ ଖେଳାଳିଙ୍କ ସହ ଭଲ ସମୟ ବିତାଇବାକୁ ଲକ୍ଷ୍ୟ ରଖିଛନ୍ତି । ଲଗାତାର କିଛି ଆଇପିଏଲରେ ଭଲ ପ୍ରର୍ଦଶନ କରିବା ପରେ ଭାରତୀୟ ଦଳରେ କୌଣସି ସମୟରେ ସୁଯୋଗ ମିଳିପାରେ ବୋଲି ଆଶା ରଖିଥିଲେ ସେ । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସୂର୍ଯ୍ୟକୁମାରଙ୍କ ସହ ଇଶାନ କିଶନ ଏବଂ ରାହୁଲ ତେୱାତିଆଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି ।

  • Tags:

Subscribe

National International State Sports Entertainment