ସଫଳ ଅଧିନାୟକ ବୋହିଲା ପାଣି! ବିବାଦ ବଢିବା ପରେ ମୁହଁ ଖୋଲିଲେ ପାକିସ୍ତାନ କୋଚ
Khabar Odisha:Successful-captain-became-water-boy-The-Pakistani-coach-opened-his-mouth-as-the-controversy-escalated
ନୂଆଦିଲ୍ଲୀ, ଅଗଷ୍ଟ ୦୭ (ଖବର ଓଡ଼ିଶା):

ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଦ୍ୱାଦଶ ଖେଳାଳି ଭାବେ ରହିଥିଲେ ପୂର୍ବତନ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ । ତେବେ ଏହି ମ୍ୟାଚରେ ସର୍ଫରାଜ ପାକିସ୍ତାନୀ ଓପନର ସାନ ସାସୁଦଙ୍କ ପାଇଁ ପାଣି ଏବଂ ଜୋତା ବୋହିବାର ଦେଖିବାକୁ ମିଳଥିିଲା । ଜଣେ ସଫଳ ଅଧିନାୟକଙ୍କୁ କିପରି ପାଣି ଏବଂ ଜୋତା ବୁହାଯାଉଛି ଏହାକୁ ନେଇ ବିଭିନ୍ନ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରିଥିଲେ । 

ପାକିସ୍ତାନ କ୍ରିକେଟ ଫ୍ୟାନ ମାନେ ଏହି ଦୃଶ୍ୟ ଦେଖିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଅଫିସିଆଲ ମ୍ୟାନେଜମେଣ୍ଟ ଉପରେ ଆଙ୍ଗୁଳି ଉଠାଇବା ସହ ଜଣେ ସିନିଅର ଖେଳାଳିଙ୍କୁ ଏପରି ଭାବେ ଅସମ୍ମାନ କରିବାକୁ ଦୃଢ ନିନ୍ଦା କରିଛନ୍ତି ।

ତେବେ ଏହି ପ୍ରସଙ୍ଗରେ ବିବାଦ ବଢିବା ପରେ ମୁହଁ ଖୋଲିଛନ୍ତି ପାକିସ୍ତାନ କୋଚ ତଥା ପୂର୍ବତନ ପାକିସ୍ତାନ ଅଧିନାୟକ ମିସବା-ଉଲ-ହକ । ମିସବାଙ୍କ କଥା ଅନୁସାରେ କ୍ରିକେଟରେ ଏପରି ଘଟଣା ଘଟିବା ସ୍ୱାଭାବିକ । ଏହାକୁ ନେଇ ଏତେ ବାଦବିବାଦ କରିବା ଉଚିତ ନୁହେଁ । ଏହା ସହ ଏକଦା ଅଷ୍ଟ୍ରେଲିଆ ଟୁରରେ ମିସବା ଅଧିନାୟକ ଥିଲେ । ଏହି ସମୟରେ ଗୋଟିଏ ମ୍ୟାଚରୁ ସେ ବାଦ ପଡି ୱାଟର ବୟ ଭାବେ କାର୍ଯ୍ୟ କରିଥିଲେ ବୋଲି ମିସବା କହିଛନ୍ତି ।

୨୦୧୯ ବିଶ୍ୱକପ ପରେ ସର୍ଫରାଜ ଅହମ୍ମଦଙ୍କୁ ସମସ୍ତ ଫର୍ମାଟରୁ ଅଧିନାୟକ ଭାବେ ପାକିସ୍ତାନ କ୍ରିକେଟ ବୋର୍ଡ ହଟାଇଥିଲା । ଏବେ ତାଙ୍କ ସ୍ଥାନରେ ଆଝାର ଅଲ୍ଲୀ ଏବଂ ବାବର ଆଜମଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ମିଳିଛି ।

  • Tags:

Subscribe

National International State Sports Entertainment