ଆଇପିଏଲରେ ମୁମ୍ୱାଇ ଇଣ୍ଡିଆନ୍ସ ପାଇଁ ଖେଳିବାକୁ ଇଚ୍ଛା ପ୍ରକାଶ କଲେ - ଶ୍ରୀସନ୍ଥ
Khabar Odisha:Sreesanth-wants-to-play-for-Mumbai-Indians-in-IPL
ନୂଆଦିଲ୍ଲୀ, ଜୁଲାଇ ୦୨ (ଖବର ଓଡ଼ିଶା):

ସ୍ପଟ ଫିକ୍ସିଙ୍ଗ ମାମଲାରେ କ୍ରିକେଟରୁ ବ୍ୟାନ ହୋଇଥିବା ଶ୍ରୀସନ୍ଥ ଙ୍କ ବ୍ୟାନର ଅବଧି ସମାପ୍ତ ହେବାକୁ ଯାଉଛି । ତେବେ ତାଙ୍କର ବ୍ୟାନର ଅବଧି ସାରିବା ପରେ ପୁଣି ଥରେ କ୍ରିକେଟକୁ ଫେରିବାକୁ ଇଛୁକ ଅଛନ୍ତି ଏହି ଫାଷ୍ଟ ବୋଲର । 

ଯଦି ତାଙ୍କୁ ଆଇପିଏଲରେ ଖେଳିବାକୁ ସୁଯୋଗ ମିଳେ ତେବେ ସେ ମୁମ୍ବାଇ ଇଂଡିଆନ୍ସ ପାଇଁ ଖେଳିବାକୁ ଇଛୁକ ବୋଲି ଶ୍ରୀସନ୍ଥ କହିଛନ୍ତି । ସଚିନଙ୍କ ପରି ମହାନ ଖେଳାଳି ମୁମ୍ବାଇ ଇଂଡିଆନ୍ସ କ୍ୟାମ୍ପରେ ରହିଥାନ୍ତି । ତାଙ୍କ ଅଧୀନରେ କ୍ରିକେଟ ଖେଳିବା ଭାଗ୍ୟରେ ଥିଲେ ମିଳେ ବୋଲି କହିଛନ୍ତି ଶ୍ରୀସନ୍ଥ । 

କରୋନା ମହାମାରୀ ପାଇଁ ଆଇପିଏଲ ଏବେ ଅନିଶ୍ଚିତତା ମଧ୍ୟରେ ରହିଛି । କେବଳ ଖାଲି ମୁମ୍ବାଇ ଇଣ୍ଡିଆନ୍ସ ନୁହେଁ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ଏବଂ ବିରାଟ କୋହଲିଙ୍କ ଆରସିବି ପାଇଁ ମଧ୍ୟ ଖେଳିବାକୁ ଇଛୁକ ଅଛନ୍ତି ଏହି କେରଳୀ ସ୍ପିଡ଼ ଷ୍ଟାର ।

  • Tags:

Subscribe

National International State Sports Entertainment