ଫ୍ରେଞ୍ଚ ଓପନ୍‌: ସେମିଫାଇନାଲରେ ନୋଭାକ ଜୋକୋଭିକ୍ ହାତରେ ହାରିଲେ ନାଦାଲ
Khabar Odisha:Sports-tennis-Novak-Djokovic-beat-Rafael-Nadal-in-Rrench-Open-Semi-final

ପ୍ୟାରିସ୍‌, ଜୁନ ୧୨ (ଖବର ଓଡ଼ିଶା): ଫ୍ରେଞ୍ଚ ଓପନ୍ ଟେନିସର ସେମିଫାଇନାଲ ମୁକାବିଲାରେ ସ୍ପେନର ରାଫେଲ ନାଦାଲଙ୍କୁ ନୋଭାକ ଜୋକୋଭିକ୍ ପରାସ୍ତ କରିଛନ୍ତି । ଲାଲ-ବଜାରୀର ବାଦ୍‌ଶାହା-ନାଦାଲ ୧୩ ଥର ଫ୍ରେଞ୍ଚ ଓପନ୍ ବିଜୟୀ ହୋଇଛନ୍ତି । କିନ୍ତୁ ଏଥର ସେ ଅଟକି ଯାଇଛନ୍ତି । ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ନୋଭାକ୍ ଜୋକୋଭିକ୍ ୧୪ତମ ଫ୍ରେଞ୍ଚ ଓପନ୍‌ରେ ନାଦାଲଙ୍କ ବିଜୟକୁ ଧୂଳିସାତ୍ କରିଦେଇଛନ୍ତି । 

ଶୁକ୍ରବାର ଖେଳାଯାଇଥିବା ପୁରୁଷ ଏକକ ସେମିଫାଇନାଲରେ ନାଦାଲଙ୍କୁ ଅପ୍ରତ୍ୟାଶିତ ଭାବେ ହାରିବାକୁ ପଡ଼ିଛି । ଫ୍ଲେ କୋର୍ଟରେ ୧୦୮ ମ୍ୟାଚରୁ ନାଦାଲ କେବଳ ୩ଟି ମ୍ୟାଚ ହାରିଛନ୍ତି । ପ୍ରଥମ ସେଟ୍ ହାତଛଡ଼ା କରିବା ପରେ ଜୋକୋଭିକ୍ ଆଶାତିତ ଭାବେ ଫର୍ମକୁ ଫେରିଥିଲେ । ସେ ୩-୬, ୬-୩, ୭-୬(୪), ୬-୩ରେ ମ୍ୟାଚ ଜିତିଥିଲେ । 

୪ ଘଣ୍ଟା ୧୧ ମିନିଟ ଯାଏଁ ଉଭୟ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ମାତ୍ର ସର୍ବିୟାର ଖେଳାଳି ଜୋକୋଭିକ୍ ଶେଷରେ ମ୍ୟାଚ ଜିତିଥିଲେ । ଏବେ ଜୋକୋଭିକ୍‌ଙ୍କ ନଜର ୨ୟ ଫେଞ୍ଚ ଓପନ ଉପରେ ଏବଂ ୧୯ତମ ଗ୍ରାଣ୍ଡ ସ୍ଲାମ୍ ଉପରେ ରହିବ । ରାଫାଲ ନାଦାଲ ସେମିଫାଇନାଲରେ ପହଂଚିବା ପରେ ପ୍ରଥମ ଥର ପରାସ୍ତ ହୋଇଛନ୍ତି । 

 

  • Tags:

Subscribe

National International State Sports Entertainment