ଦୀପା ମଲିକ ଓ ବଜରଙ୍ଗ ପୁନିଆଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ, ଜାଡ଼େଜାଙ୍କୁ ମିଳିବ ଅର୍ଜୁନ ପୁରସ୍କାର
Khabar Odisha:Sports-other-odisha-deepa-malik-and-bajrang-punia-will-get-khel-ratna-award
ନୂଆଦିଲ୍ଲୀ,ଅଗଷ୍ଟ୧୭(ଖବର ଓଡ଼ିଶା):

 ଶନିବାର କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ପାରା ଆଥଲେଟ୍ ଦୀପା ମଲିକ ଓ ରେସଲର ବଜରଙ୍ଗ ପୁନିଆଙ୍କୁ ଦେଶର କ୍ରୀଡ଼ାରେ ସବୁଠୁ ବଡ଼  ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନରେ ସମ୍ମାନିତ କରାଯିବ। ସେହି ପରି କ୍ରିକେଟର ରବିନ୍ଦ୍ର ଜାଡ଼େଜାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ।

ଦୀପା ମଲିକ ୨୦୧୬ରେ ରିୟୋ ଡି ଜେନେରିଅ ପାରା ଅଲିମ୍ପିକରେ ସଟ୍ ଫୁଟରେ ରୌପ୍ୟ ପଦକ  ଜିତିଥିଲେ। ଏହା ବ୍ୟତୀତ ସେ ଏସୀୟ କ୍ରୀଡ଼ାରେ ମଧ୍ୟ ରୌପ୍ୟ ପଦକ  ଜିତିଥିଲେ। ଅନ୍ୟ ପଟେ ବଜରଙ୍ଗ ପୁନିଆ ଗତ ବର୍ଷ ଏହି ପୁରସ୍କାର ନମିଳିବାରୁ ଅଦାଲତ ଯିବାକୁ ଧମକ ଦେଇଥଲେ। ବଜରଙ୍ଗ ଗତ ବର୍ଷ ଜାକାର୍ତ୍ତା ଏସୀୟ କ୍ରୀଡ଼ାରେ ୬୫ କିଗ୍ରା ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ସେ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଏହି ବର୍ଗରେ ପ୍ରଥମ ସ୍ଥାନରେ ରହିଥିଲେ। ସେ ବିଶ୍ଵଚମ୍ପିଆନସିପରେ ଦୁଇ ଥର ପଦକ ଜିତିଛନ୍ତି ଏବଂ ଆସନ୍ତାବର୍ଷ ଟୋକିଓ ଅଲିମ୍ପିକରେ ଭାରତ ପାଇଁ  ପଦକ ଜିତିବାରେ ପ୍ରବଳ ଦାବିଦାରରେ ସାମିଲ।

ବଜରଙ୍ଗ ୨୦୧୩ ବିଶ୍ଵ ଚମ୍ପିଆନସିପର ୬୦ କିଗ୍ରା ବର୍ଗରେ କାଂସ୍ୟ ପଦକ ଜିତିଥିଲେ ଓ ଏହି ପ୍ରଦର୍ଶନରେ ସୁଧାର କରି ଗତ ବର୍ଷ ୬୫ କିଗ୍ରା ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ଅର୍ଜୁନ ପୁରସ୍କାର ପାଇଁ କ୍ରିକେଟର ରବିନ୍ଦ୍ର ଜାଡ଼େଜା ଓ ପୁନପ ଯାଦବଙ୍କ ସମେତ ୧୯ ଅନ୍ୟ ଖେଳାଳିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। 

ଏହା ସହିତ ବ୍ୟାଡମିଣ୍ଟନ କୋଚ୍ ବିମଲ କୁମାର, ଟେବୁଲ ଟେନିସ୍ କୋଚ ସନ୍ଦୀପ ଗୁପ୍ତା ଓ ଆଥଲେଟିକ୍ସ କୋଚ୍ ମୋହିନ୍ଦରସିଂହ ଢିଲୋଙ୍କୁ ଦ୍ରୋଣାଚାର୍ୟ୍ୟ  ପୁରସ୍କାରରେ ସମ୍ମାନିତ କରାଯିବ। ହକିର ଆୟୋଜକ ପଟେଲ, ରାମବୀର ସିଂହ ଖୋଖର(କବାଡ଼ି) ଓ କ୍ରିକେଟର ସଞ୍ଜୟ ଭରଦ୍ଵାଜକୁ ଲାଇଫ ଟାଇମ କାଟାଗୋରୀରେ ସମ୍ମାନିତ କରାଯିବ। 

Subscribe

National International State Sports Entertainment