ଗୋଟିଏ ଦଶକରେ ୨୦ ହଜାର ରନ କରିବାରେ ବିଶ୍ଵର ପ୍ରଥମ ବ୍ୟାଟସମ୍ୟାନ ଭାବେ ରେକର୍ଡ କଲେ ବିରାଟ କୋହଲି
Khabar Odisha:Sports-cricket-odisha-virat-kohli-becomes-first-cricketer-to-score-20000-international-runs-in-a-decade
ପୋର୍ଟ ଅଫ ସ୍ପେନ,ଅଗଷ୍ଟ୧୫(ଖବର ଓଡ଼ିଶା):

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ନିଜ କ୍ୟାରିୟରର ୪୩ ତମ ଶତକ ହାସଲ କରିବା ସହିତ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। କୋହଲି ୧୦ ବର୍ଷରେ ୨୦,୦୦୦ ଅନ୍ତରାଷ୍ଟ୍ରୀୟ ରନ କରିବାରେ ପ୍ରଥମ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ବୁଧବାର ଶତକ ହାସଲ କରି ଦଳକୁ ଛଅ ଓ୍ଵିକେଟରେ ବିଜୟୀ କରାଇଥିଲେ। 

କୋହଲି ଅପରାଜିତ ୧୧୪ ରନ କରିଥିଲେ ଏବଂ ଭାରତ ଡକ୍ ଓ୍ଵର୍ଥ ଲୁଇସ୍ ନିୟମ ଆଧାରରେ ୨୫୫ ରନର ବିଜୟ ଲକ୍ଷ୍ୟକୁ ସଫଳତାର ସହ ପିଛା କରି ଶୃଙ୍ଖଳାକୁ ୨-୦ରେ ଜିତି ନେଇଥିଲା। ଗୋଟିଏ ଦଶନ୍ଧିରେ ସବୁଠୁ ଅଧିକ ରନ କରିବା ମାମଲାରେ କୋହଲିଙ୍କ ପରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ନାମ ରହିଛି। ପଣ୍ଟିଂ ୧୦ ବର୍ଷରେ ୧୮,୯୬୨ ରନ କରିଛନ୍ତି।

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ କ୍ୟାଲିସ ୧୬,୭୭୭ ରନ ସହିତ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଏହା ପରେ କ୍ରମଶଃ  ମୋହେଲା ଜୟବର୍ଦ୍ଧନେ(୧୬,୩୦୪), କୁମାର ସାଙ୍ଗାକାରା(୧୫,୯୯୯), ସଚିନ ତେନ୍ଦୁଲକର(୧୫,୯୬୨), ରାହୁଲ ଦ୍ରାବିଡ଼(୧୫,୮୫୩) ଓ ହାସିମ ଆମଲା(୧୫,୧୮୫) ରହିଛନ୍ତି।

ଦିନିକିଆ କ୍ରିକେଟରେ ଅଧିନାୟକ ରୂପେ ଅଧିକ ଶତକ ମାମଲାରେ କୋହଲି ପଣ୍ଟିଂଙ୍କଠୁ ଗୋଟିଏ ଶତକ ପଛରେ ଅଛନ୍ତି। 

Subscribe

National International State Sports Entertainment