ଆମେ ଜିତିବୁ ବିଶ୍ୱକପ୍- ବିରାଟ୍ କୋହଲି
Khabar Odisha:Sports-cricket-odisha-cricket-icc-cricket-world-cup-2019-team-india-press-conference
ମୁମ୍ୱାଇ, ମେ ୨୧(ଖବର ଓଡିଶା):

 ଭାରତୀୟ ଦଳ ବିଶ୍ୱକପ ପାଇଁ ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ ମୁମ୍ୱାଇରେ ପ୍ରେସ୍ କନଫରେନ୍ସ କରିଛି । ଏହି ପରିପ୍ରକ୍ଷିରେ ଭାରତୀୟ ଦଳର ଅଧିନାୟକ ବିରାଟ୍ କୋହଲି ଓ ରବିଶାସ୍ତ୍ରୀ ଭାରତୀୟ ଦଳର ବିଶ୍ୱକପ ପ୍ଲାନିଂକୁ ନେଇ ନିଜର କଥା ରଖିଥିଲେ । ବିରାଟଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ସବୁ ଦଳ ବହୁତ ଭଲ ଖେଳୁଛନ୍ତି । ଏମିତିରେ ବିଜୟ ହାସଲ କରିବା ପାଇଁ ପ୍ରତ୍ୟେକ ମ୍ୟାଚରେ ବହୁତ ପରିଶ୍ରମ କରିବାକୁ ପଡିବ ବୋଲି କହିଥିଲେ ବିରାଟ୍ । 

ବିରାଟ କୋହଲିଙ୍କ କହିବା ଅନୁଯାୟୀ ଚଳିତ ବିଶ୍ୱକପରେ ଭାରତ ନିଜ ସାମର୍ଥ୍ୟ ହିସାବରେ ଲଢିବ । ଅନ୍ୟର ସାମର୍ଥ୍ୟକୁ ଦେଖିଲେ ଆମକୁ ମ୍ୟାଚ ଜିତିବାରେ ବହୁତ କଷ୍ଟ କରିବାକୁ ପଡିବ । କାରଣ ସବୁ ଦଳର କ୍ଷମତା ଦେଖି ଆମେ ନିଜକୁ ପ୍ରସ୍ତୁତ କରିପାରିବୁ ନାହିଁ । ଆମେ ନିଜର ଦକ୍ଷତା ଓ ସାମର୍ଥ୍ୟ ଅନୁଯାୟୀ ଚଳିତ ବିଶ୍ୱକପ ଲଢିବୁ ବୋଲି କହିଛନ୍ତି ରନ୍ ମେସିନ୍ କୋହଲି । 

ବିରାଟଙ୍କ କହିବା ଅନୁଯାୟୀ ଭାରତୀୟ ଦଳରେ ବିଶ୍ୱକପ ଜିତିବାର ସାମର୍ଥ୍ୟ ରହିଛି । ଆମେ ନିଜର କ୍ଷମତା ଓ ଦକ୍ଷତା ଅନୁଯାୟୀ ଖେଳିଲେ ସଫଳତା ପାଇବୁ । ବିଶ୍ୱକପ ପାଇଁ  ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ପୂର୍ବରୁ କୋଚ୍ ରବିଶାସ୍ତ୍ରୀଙ୍କ ସହିତ ଅଧିନାୟକ ବିରାଟ କୋହଲି ପ୍ରେସ କନଫରେନ୍ସ କରି ମିଡିଆକୁ ଏହି ସୂଚନା ଦେଇଥିଲେ । 

Subscribe

National International State Sports Entertainment