ଆଇପିଏଲ: ଦେବଦତ୍ତ ପଡ଼ିକଲଙ୍କ ପ୍ରଥମ ଶତକ, ରାଜସ୍ଥାନକୁ ୧୦ ୱିକେଟରେ ହରାଇଲା ବାଙ୍ଗାଲୋର
Khabar Odisha:Sports-cricket-Virat-Kohli-scales-huge-milestone-Devdutt-Padikkal-slams-maiden-ton-in-RCBs-win-over-RR

ମୁମ୍ବାଇ, ଏପ୍ରିଲ ୨୩ (ଖବର ଓଡ଼ିଶା): ଆଇପିଏଲ୍‌-୨୦୨୧ର ୧୬ତମ ମ୍ୟାଚରେ ଉଭୟ ଓପନର ବିରାଟ କୋହଲି ଓ ଦେବଦତ୍ତ ପଡିକଲ ଉତ୍ତମ ପ୍ରଦର୍ଶନ କରିଛନ୍ତି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ବାଙ୍ଗାଲୋର ଗୁରୁବାର ରାଜସ୍ଥାନ ବିପକ୍ଷରେ ୧୦ ୱିକେଟରେ ବିଜୟୀ ହୋଇଛି । 

ଆଇପିଏଲ୍‌ରେ କୋହଲି (ଅପରାଜିତ ୭୨ ରନ, ୪୭ ବଲ, ୬ ଚୌକା, ୩ ଛକା) ପ୍ରଥମ ଖେଳାଳି ଭାବରେ ୬୦୦୦ ରନ୍ ପୂରଣ କରିଛନ୍ତି । ଯୁବ କ୍ରିକେଟର ଦେବଦତ୍ତ ନିଜର ପ୍ରଥମ ଶତକ ହାସଲ କରିଛନ୍ତି । ପଡ଼ିକଲ ୫୧ଟି ବଲ ଖେଳି ସେ ଶତକ (୧୦୧ରନ୍‌) ରନ୍ ସଂଗ୍ରହ କରିଥିଲେ । ଏହି ଅଭିଜ୍ଞତା ସହିତ ସେ ୩ୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଶତକ ତାଲିକାରେ ସ୍ଥାନ ପାଇଛନ୍ତି । ଏହା ପୂର୍ବରୁ ପି ଭଲତେ ଏବଂ ମନୀଷ ପାଣ୍ଡେ ଶତକ ହାସଲ କରିଥିଲେ । ପଡ଼ିକଲ ମୋଟ ୫୨ଟି ବଲ ଖେଳି ୧୧ଟି ଚୌକା ଏବଂ ୬ଟି ଛକା ମାରିଥିଲେ । 

ରାଜସ୍ଥାନ ରୟାଲ୍‌ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇ ୧୭୭ ରନ୍ କରିଥିଲଶ । ଶିଭମ ଦୁବେ ସର୍ବାଧିକ ୪୬ ରନ୍‌, ରାହୁଲ ତିୱାତିଆ ୪୦ ରନ୍ ଓ ରିୟାନ ପରାଗ ୨୫ ରନ୍ ବ୍ୟକ୍ତିଗତ ଭାବେ ସ୍କୋର କରିଥିଲେ ।  

 

  • Tags:

Subscribe

National International State Sports Entertainment