ଭିଡିଓ: ୬ଟି ବଲ୍‌ରେ ୬ ଛକା ମାରିଲେ ଚଣ୍ଡୀଗଡ଼ରେ ଜନ୍ମିତ ଜସକରନ ମାଲହୋତ୍ରା
Khabar Odisha:Sports-cricket-USA-batsman-Jaskaran-Malhotra-Smashes-six-sixes-in-an-over-becomes

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦ (ଖବର ଓଡ଼ିଶା): ଅନ୍ତର୍ଜାତୀୟ କ୍ରିକେଟରେ ୪ର୍ଥ ଥର ପାଇଁ କ୍ରିକେଟରମାନେ ୬ଟି ବଲରେ ୬ଟି ଛକା ମାରିଛନ୍ତି । ଦକ୍ଷିଣ ଆଫ୍ରିକାର ହର୍ଷଲ ଗିବ୍ସ, ଭାରତର ଯୁବରାଜ ସିଂହ ଓ ୱେଷ୍ଟଇଣ୍ଡିଜର କିରନ ପୋଲାର୍ଡଙ୍କ କ୍ଲବରେ ଏବେ ଜସକରନ ମାଲହୋତ୍ରାଙ୍କ ପ୍ରବେଶ ହୋଇଛି । ଚଣ୍ଡୀଗଡ଼ରେ ଜନ୍ମିତ ଜସକରନ ଏବେ ଆମେରିକା ତରଫରୁ କ୍ରିକେଟ ଖେଳୁଛନ୍ତି । 

ପାପୁଆ ନ୍ୟୁ ଗୁଏନା ବିପକ୍ଷରେ ୨ୟ ଦିନିକିଆରେ ଜସକରନ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୧୦୨ଟି ବଲ ଖେଳି ୧୭୩ ରନ୍ ସଂଗ୍ରହ କରିଥିଲେ । ଏଥି ସହିତ ସେ ଆମେରିକା ପାଇଁ ଶତକ ହାସଲ କରିବାରେ ପ୍ରଥମ ହୋଇଛନ୍ତି । ଏହି ମ୍ୟାଚରେ ୟୁଏସ ପ୍ରଥମେ ବ୍ୟାଟିଂ କରିଥିଲା । ଟିମ ୨୭୦ ରନ୍ ସଂଗ୍ରହ କରିଥିଲା । 

୩୧ ବର୍ଷୀୟ ଜସରକରନ ମାଲହୋତ୍ରା ବିପକ୍ଷ ବୋଲର ଗଡୀ ତୋକାଙ୍କ ଓଭରରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ମାଲହୋତ୍ରା ଯେତେବେଳେ ପିଚକୁ ଆସୁଥିଲେ ୟୁଏଏସର ଟିମ ୨୯ ରନରେ ୩ଟି ୱିକେଟ ହରାଇ ସାରିଥିଲା । ସେ ଇନିଂସର ଶେଷ ଓଭରରେ ୬ଟି ୬ ମାରିଥିଲେ । ୫ନମ୍ବରରେ ବ୍ୟାଟିଂ କରି ସେ ସର୍ବୋଚ୍ଚ ସ୍କୋର ରେକର୍ଡ କରିଛନ୍ତି । ପୂର୍ବରୁ ଏହି କାମ କରିଥିଲେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ । ଏବି ଡିଭିଲିୟର୍ସ ୨୦୧୫ରେ କରିଥିଲେ ।  

 

  • Tags:

Subscribe

National International State Sports Entertainment