୩ୟ ଟେଷ୍ଟ: ଦକ୍ଷିଣ ଆଫ୍ରିକାରେ ଇତିହାସ ରଚିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ, ପହଞ୍ଚିଲା କେପ୍‌ଟାଉନ୍‌, ଖେଳାଳିଙ୍କୁ ଭବ୍ୟ ସ୍ବାଗତ
Khabar Odisha:Sports-cricket-Team-India-reached-in-Capetown-for-3rd-test-South-Africa

କେପ୍‌ଟାଉନ୍‌, ଜାନୁଆରୀ ୦୯ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ୍‌ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ଟେଷ୍ଟ ମ୍ୟାଚ୍‌ର ଶୃଙ୍ଖଳାର ଶେଷ ତଥା ନିର୍ଣ୍ଣାୟକ ମୁକାବିଲା ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଦିନକ ପରେ ଭାରତୀୟ ଟିମ୍‌ ଘରୋଇ ଦଳକୁ ଭେଟିବ। ଏପର୍ଯ୍ୟନ୍ତ ଶୃଙ୍ଖଳା ୧-୧ରେ ଥିବାର ଅନ୍ତିମ ମୁକାବିଲାରେ ଉଭୟ ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରଣନୀତି ପ୍ରସ୍ତୁତ କରିବ। ତେବେ ଭାରତ ପାଇଁ ଏହି ମ୍ୟାଚ୍‌ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଛି। କାରଣ ଶେଷ ମ୍ୟାଚ୍‌ ଜିତିଲେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଇତିହାସ ରଚିବ। ଦୀର୍ଘ ୨୯ ବର୍ଷର ଟେଷ୍ଟ ଇତିହାସରେ ଭାରତ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ମାଟିରେ ଶୃଙ୍ଖଳା ଜିତି ନାହିଁ। 

ଜୋହାନେସ୍‌ବର୍ଗ ଟେଷ୍ଟ ମ୍ୟାଚ୍‌ ପରେ ଟିମ୍‌ ଇଣ୍ଡିଆ କ୍ୟାପ‌ଟାଉନ୍‌ ପହଞ୍ଚିଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛି। ଭିଡିଓରେ ଦେଖାଯାଉଛି ଯେ, ଦକ୍ଷିଣ ଆଫ୍ରିକା ଏକ କେକ୍‌ ସହିତ ଟିମ୍‌ ଇଣ୍ଡିଆର ସ୍ବାଗତ କରିଛି। 

ଭିଡିଓରେ ଦେଖାଯାଉଛି ଯେ, ଭାରତୀୟ ଟିମ୍‌କୁ ବସ୍‌ରେ ବସାଇ ଜୋହାନେସ୍‌ବର୍ଗ ବିମାନବନ୍ଦର ନିଆଯାଇଛି। ଏଠାରେୁ ଏକ ଚାର୍ଟର୍ଡ ବିମାନରେ ବସାଇ କ୍ୟାପଟାଉନ ନିଆଯାଇଛି। ଏହା ପରେ କଡ଼ା ସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ବିମାନବନ୍ଦରରୁ କେପ୍‌ଟାଉନ୍‌ର ହୋଟେଲକୁ ନିଆଯାଇଛି। ହୋଟେଲରେ ଭାରତୀୟ ଓ ଦକ୍ଷିଣ ଆଫ୍ରିକୀୟ ସଂଗତୀ ସହିତ ସ୍ବାଗତ କରାଯାଇଛି। 

 

 

  • Tags:

Subscribe

National International State Sports Entertainment