ଟି୨୦ ବିଶ୍ୱକପ: ଭାରତୀୟ ଟିମ୍‌ରେ ଚହଲଙ୍କୁ ମିଳିଲାନି ସ୍ଥାନ, ୪ବର୍ଷ ପରେ ଫେରିଲେ ଅଶ୍ୱିନ
Khabar Odisha:Sports-cricket-T20-WC-Mystery-spinner-Varun-Chakravarthy-in-team-India-as-Yajurveda-Chahal-misses-out

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୯ (ଖବର ଓଡ଼ିଶା): ସଂଯୁକ୍ତ ଆରବ ଇତିରାତ ଏବଂ ଓମାନ ଠାରେ ଆସନ୍ତା ଅକ୍ଟୋବର ୧୭ ତାରିଖ ଠାରୁ ଟି୨୦ ବିଶ୍ୱକପ ଆରମ୍ଭ ହୋଇଯିବ । ଏଥି ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆ) ବୁଧବାର ଭାରତୀୟ କ୍ରିକେଟ ଟିମ ଘୋଷିତ ହୋଇଛି । ଏହି ଟିମରେ ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳି ନଥିବା ବେଳେ ୪ ବର୍ଷ ପରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଫେରିଛନ୍ତି । ସୂଚନାଯୋଗ୍ୟ, ଆସନ୍ତା ଟି୨୦ ବିଶ୍ୱକପ ପାଇଁ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ମାର୍ଗଦର୍ଶକ ଭାବେ ନିଯୁକ୍ତି ଦିଆଯାଇଛି ।

ଅଭିଜ୍ଞତା ଦୃଷ୍ଟିରୁ ଚହଲ ବହୁ ଆଗରେ । କିନ୍ତୁ ବରୁଣ ଚକ୍ରବର୍ତ୍ତୀ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଲଗାତାର ଉନ୍ନତମାନର ପ୍ରଦର୍ଶନ କରିଥିଲେ । ବରୁଣ ଚକ୍ରବର୍ତ୍ତୀ ମିଷ୍ଟ୍ରିଂ ବୋଲିଂ ପାଇଁ ଅଧିକ ଜଣାଶୁଣା । ସେ କେବଳ ୩ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଏଥିରୁ ସେ ୨ଟି ୱିକେଟ ନେଇଛନ୍ତି । ଯୁଜବେନ୍ଦ୍ର ଚହଲ ୪୯ଟି ଟି୨୦ ମୁକାବିଲାରେ ୬୩ଟି ୱିକେଟ ନେଇଛନ୍ତି । 

ଭାରତୀୟ ଟିମ୍‌: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯଦାବ, ଋଷଭ ପନ୍ତ(ୱିକେଟ୍‌କିପର) ଈଷନ କିଶନ (ଓ୍‌ିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରାହୁଲ ଚାହର, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସପୀତ ବୁମରା, ଭୁବନେଶ୍ୱର କୁମାର, ମହମ୍ମଦ ସାମି । ଷ୍ଟାଣ୍ଡବଏ ଖେଳାଳିମାନେ ହେଲେ- ଶ୍ରେୟସ ଆୟର, ଶାର୍ଦ୍ଦୁଲ ଠାକୁର ଓ ଦୀପକ ଚାହର । 

 

  • Tags:

Subscribe

National International State Sports Entertainment