ଘରୋଇ ଟିମ୍‌ରେ ସାମିଲ ନ କରାଯିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ପାକିସ୍ତାନର ଏହି ଖେଳାଳି
Khabar Odisha:Sports-cricket-Pakistan-cricketer-Shoaib-attempts-suicide-after-being-ignored-for-inter-city-championships

ଇସଲାମାବାଦ, ଜୁନ୍ ୨୩ (ଖବର ଓଡ଼ିଶା): ବିଶ୍ୱବ୍ୟାପୀ ଫୁଟବଲ ସମେତ ଅନ୍ୟ ଖେଳକୁ ପ୍ରଶଂସକମାନେ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ଏସିଆ ମହାଦେଶରେ କ୍ରିକେଟ ହେଉଛି ଅଧିକ ଲୋକପ୍ରିୟ ଖେଳ । ଏଠାରେ ପ୍ରତ୍ୟେକ କ୍ରିକେଟରଙ୍କ ସ୍ୱପ୍ନ ଯେ, ସେମାନେ ଦେଶ ପାଇଁ ଖେଳିବେ । ଏଥି ପାଇଁ ସେମାନେ ଯେକୌଣସି ପଦକ୍ଷେପ ନେବାକୁ ମଧ୍ୟ ପ୍ରସ୍ତୁତ । 

ପଡୋଶୀ ପାକିସ୍ତାନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଶୋଏବ ନାଁରେ ଜଣେ ଯୁବ କ୍ରିକେଟରଙ୍କୁ ଟିମ୍‌ରେ ସାମିଲ କରାନ ଯିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟ ଖେଳାଳିମାନେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଶୋଏବ ହେଉଛନ୍ତି ଜଣେ ଦ୍ରୁତ ବୋଲର । ସେ ସିନ୍ଧ ରାଜ୍ୟର ହାଇଦ୍ରାବାଦର କାସିବାବାଦ ନିବାସୀ ଅଟନ୍ତି । ସେ ପାକିସ୍ତାନ କ୍ରିକେଟ ବୋର୍ଡ ଠାରୁ ବହୁତ ବଡ଼ ଆଶା କରିଥିଲେ । ନିକଟରେ ପିସିବି ଇଣ୍ଟର-ସିଟି ଚାମ୍ପିଅନଶିପ ପାଇଁ ଟିମ୍ ଚୟନ କରିଥିଲା । କନ୍ତୁ ଏଥିରେ ଶୋଏବଙ୍କୁ ସ୍ଥାନ ମିଳି ନଥିଲା । 

ଶୋଏବଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଇଣ୍ଟର-ସିଟି ଚାମ୍ପିଅନଶିପରେ ସ୍ଥାନ ନ ମିଳିବାରୁ, ସେ ମାନସିକ ଚାପଗ୍ରସ୍ତ ହୋଇଥିଲା । ଏହା ପରେ ଗତ ୨୧ ତାରିଖ ନିଜ ହାତ କାଟି ଦେଇ ଆତ୍ମହତ୍ୟା କରିବାକୁ ଚାହୁଁଥିଲା । 

 

  • Tags:

Subscribe

National International State Sports Entertainment